Wednesday, January 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନବୀନ ବିରୋଧୀ ଦଳ ନେତା, ପ୍ରସନ୍ନ ଉପ ନେତା

by ସଞ୍ଜୟ ସ୍ୱାଇଁ
June 19, 2024
in Politics, State
ନବୀନ ବିରୋଧୀ ଦଳ ନେତା, ପ୍ରସନ୍ନ ଉପ ନେତା
506
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଶାକୁ ଦୀର୍ଘ ୨୪ ବର୍ଷ ଧରି ଶାସନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ୨୪ ବର୍ଷ ଧରି ଶାସନ କରିଥିବା ବିଜେଡି କ୍ଷମତାଚ୍ୟୁତ ହେବା ପରେ ଆଜି ବିରୋଧୀ ଦଳ ନେତା ବାଛିବାକୁ ବୈଠକ କରିଥିଲା। ବୈଠକରେ ନବନିର୍ବାଚିତ ୫୧ ଜଣ ବିଜେଡି ବିଧାୟକ ଓ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ଶଙ୍ଖଭବନରେ ଆୟୋଜିତ ବୈଠକରେ ଦଳୀୟ ବିଧାୟକମାନେ ନବୀନଙ୍କୁ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି। ସର୍ବସମ୍ମତିକ୍ରମେ ବିଜେଡି ବିଧାୟକ ଦଳର ନେତା ହୋଇଛନ୍ତି ନବୀନ। ନିଜର ରାଜନୀତିକ କ୍ୟାରିୟରରେ ନବୀନ ପ୍ରଥମଥର ପାଇଁ ବିରୋଧୀ ଦଳର ନେତା ହୋଇଛନ୍ତି। କାରଣ ୨୦୦୦ ମସିହାରୁ ୨୦୨୪ ଯାଏ ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସିଥିଲେ। ୫ଥର ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଏଥର ହାରିବାକୁ ପଡ଼ିଥିଲା। ଫଳରେ ସେ ବିରୋଧୀ ଦଳ ନେତା ହୋଇଛନ୍ତି। ବିଜେଡି ବିଧାୟକ ଦଳର ନେତା ହେବା ପରେ ନୀବନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେମାନଙ୍କୁ କୃତଜ୍ଞତା ଓ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଏବେ ନବୀନ ବିଧାନସଭାରେ ବିରୋଧୀ ଦଳ ନେତା ଭୂମିକାରେ ରହିବେ। ସେହିପରି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳର ଉପ ନେତା ହୋଇଛନ୍ତି। ବିଜେଡି ସରକାରରେ ବିଧାନସଭାର ବାଚସ୍ପତି ଥିବା ବିଞ୍ଝାରପୁରର ବିଧାୟିକା ପ୍ରମିଳା ମଲ୍ଲିକ ବିରୋଧୀ ଦଳର ମୁଖ୍ୟ ସଚେତକ ଓ ଆଳି ବିଧାୟକ ପ୍ରତାପ ଦେବ ବିରୋଧୀ ଦଳ ଉପମୁଖ୍ୟ ସଚେତକ ହୋଇଛନ୍ତି।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!