Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ୍‌କୁ ଧକ୍କା ମାରି ଗଞ୍ଜେଇ ବେପାରୀ ଫେରାର

by ସଞ୍ଜୟ ସ୍ୱାଇଁ
October 2, 2024
in Crime, State
୧ ଟନରୁ ଉର୍ଦ୍ଧ୍ବ କଇଁଛ ଜବତ, ୨ ବନ୍ଧା ହେଲେ
69
VIEWS
Share on FacebookShare on Twitter

ଦେବଗଡ, (ବାଘୁଆବାର୍ତ୍ତା): ପୁଲିସ୍‌ କବଜାରେ ପଡ଼ିଥିଲା ଗଞ୍ଜେଇ ବେପାରୀ । ଅଭିଯୁକ୍ତକୁ ବାନ୍ଧି ଥାନାକୁ ଆଣୁଥିଲା ପୁଲିସ୍। ମାତ୍ର ଥାନାରୁ ଦୁଇ ପୁଲିସ୍‌ଙ୍କୁ ଧକ୍କା ମାରି ଫେରାର ହୋଇ ଯାଇଛି ଗଞ୍ଜେଇ ବେପାରୀ । ଏପରି ଏକ ଘଟଣା ଦେବଗଡ ଜିଲ୍ଲା ବାରକୋଟ ଥାନାରେ ଘଟିଛି। ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ବରିଗୁମ୍ଫା ଗ୍ରାମର ସନତ ଦିଗଲ ବୋଲି ଜଣାପଡିଛି । ଗତ ରବିବାର ଜୟପିଛୁଳା ଛକ ନିକଟରେ ଗଞ୍ଜେଇ ଭର୍ତ୍ତି ଏକ କାର୍‌ ଏକ ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଗଞ୍ଜେଇ ଭର୍ତ୍ତି କାର୍‌ ଛାଡି ଘଟଣାସ୍ଥଳରୁ ଫେରାର ମାରିଥିଲା ଅଭିଯୁକ୍ତ । କାର ଭିତରୁ ୧ କ୍ୱିଂଟାଲ ୨୦ କେଜି ଗଞ୍ଜେଇ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଗଞ୍ଜେଇ ଚାଲାଣ କରୁଥିବା ଘଟଣାରେ ଖଜୁରୀପଡା ଥାନା ଅଞ୍ଚଳରୁ ସନତ ଦିଗଲଙ୍କୁ ଗତକାଲି ଗିରଫ କରିଥିଲା ବାରକୋଟ ଥାନା ପୁଲିସ୍‌। ସେଠାରୁ ପୁଲିସ୍‌ ତାଙ୍କୁ ଥାନାକୁ ଆଣିଥିବା ବେଳେ ସେ ସବଇନ୍ସପେକ୍ଟର ଆମୁନସେନ କିରୋ ଓ ଏଏସଆଇ ସନ୍ତୋଷ କୁମାର ନାୟକଙ୍କୁ ଧକ୍କା ମାରି ଫେରାର ହୋଇଯାଇଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ବିଭିନ୍ନ ଚଢାଉ କରୁଥିବା ଜଣାପଡିଛି । ତେବେ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଧରା ପଡ଼ି ନ ଥିବା ଜଣାଯାଇଛି।

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

May 22, 2025
ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

May 22, 2025
ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

May 22, 2025
୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ,  ବନ୍ଧାହେଲେ ୪ ଅଧିକାରୀ

୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ, ବନ୍ଧାହେଲେ ୪ ଅଧିକାରୀ

May 22, 2025
ବଲାଙ୍ଗୀର ବିଜେପିରେ ଫାଟ,  ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

ବଲାଙ୍ଗୀର ବିଜେପିରେ ଫାଟ, ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

May 22, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!