Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାବୁଲରେ ଫସି ରହିଥିବା ଭାରତୀୟଙ୍କୁ ଆସିବାକୁ ଦେଉ ନାହାନ୍ତି ତାଲିବାନୀ, ଗୁଳି ଚଳାଇ ରାସ୍ତା ଅବରୋଧ କରିଥିବା ଜଣାପଡିଛି

by ସଞ୍ଜୟ ସ୍ୱାଇଁ
August 20, 2021
in WORLD
କାବୁଲରେ ଫସି ରହିଥିବା ଭାରତୀୟଙ୍କୁ ଆସିବାକୁ ଦେଉ ନାହାନ୍ତି ତାଲିବାନୀ, ଗୁଳି ଚଳାଇ ରାସ୍ତା ଅବରୋଧ କରିଥିବା ଜଣାପଡିଛି
82
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): କାବୁଲର କସାବା ଅଞ୍ଚଳରେ ପ୍ରାୟ ୨୦୦ ଭାରତୀୟ ନାଗରିକ ଫସି ହୋଇ ରହିଛନ୍ତି। ଏହି ଭାରତୀୟ ନାଗରିକମାନେ ଗରଡା ନାମକ ଏକ ସୁରକ୍ଷା କମ୍ପାନୀରେ କାମ କରନ୍ତି। କାବୁଲ ବିମାନବନ୍ଦର ଅଭିମୁଖେ ଏମାନେ ଯାଉଥିବାବେଳେ ତାଲିବାନୀ ଗୁଳି ଚଳାଇ ରାସ୍ତା ଅବରୋଧ କରିଥିବା ‘ଟାଇମ୍ସ ନାଓ’ ଚ୍ୟାନେଲର ଏକ ରିପୋର୍ଟରୁ ଜଣାପଡ଼ିଛି। ଏବେ ତାଲିବାନୀମାନେ କମ୍ପାନୀର ଫାଟକ ବାହାରେ ବନ୍ଧୁକ ଧରି ଛିଡ଼ା ହୋଇଛନ୍ତି। ରବିବାର ଆଫଗାନିସ୍ତାନକୁ ତାଲିବାନ କବଜା କରିଥିଲା। ଏହାପରେ କମ୍ପାନୀ ଭିତରେ ବନ୍ଦୀ ହୋଇ ରହିଥିଲେ ଭାରତୀୟ ନାଗରିକ। ଗରଡା ନାମକ ଏକ ସୁରକ୍ଷା କମ୍ପାନୀରେ କାମ କରୁଥିବା ଏହି ୨୦୦ ଭାରତୀୟ ଗୁରୁବାର ବସ୍ ଏବଂ ଅନ୍ୟାନ୍ୟ ଗାଡିରେ ବିମାନବନ୍ଦର ଅଭିମୁଖେ ଆସୁଥିଲେ। ତେବେ ତାଲିବାନୀ ଏହି ସମୟରେ ରାସ୍ତା ଉପରେ ଗୁଳି ଚଳାଇଥିଲା। ଏପରି କରି ଭାରତୀୟଙ୍କ ରାସ୍ତା ଅବରୋଧ କରିଥିଲେ ତାଲିବାନ। ଏହାପରେ ଭାରତୀୟ ନାଗରିକ କମ୍ପାନୀ ଭିତରେ ପ୍ରବେଶ କରି ଯାଇଥିଲେ। ସହାୟତା କରିବାକୁ ବୈଦେଶିକ ମନ୍ତ୍ରାଳୟକୁ ସେମାନେ ନିବେଦନ କରିଛନ୍ତି। ହେଲେ କମ୍ପାନୀର ଫାଟକ ବାହାରେ ବନ୍ଧୁକ ଧରି ଛିଡ଼ା ହୋଇଛନ୍ତି ତାଲିବାନ। ଭୟଭୀତ କରିବାକୁ ଯାଇ ତାଲିବାନ ମଝିରେ ମଝିରେ ଗୁଳି ଫୁଟାଉଛନ୍ତି ବୋଲି ସୂଚନା ରହିଛି। ହତ୍ୟାର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରି ଭୟଭୀତ ହୋଇପଡ଼ିଛନ୍ତି ଏହି ଭାରତୀୟ ମାନେ। ତେବେ ମିଳିଥିବା ସୂଚନା ଅନୁସାରେ ସୁରକ୍ଷା କମ୍ପାନୀରେ କାମ କରୁଥିବା ଭାରତୀୟଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିଲା। ତାଲିବାନ ସେମାନଙ୍କୁ ଅସ୍ତ୍ର ହସ୍ତାନ୍ତର କରିବାକୁ କହିଥିଲେ। ଭାରତ ଏବେ ଜରୁରୀକାଳୀନ ଭିତରେ ଆଫଗାନିସ୍ତାନରେ ଥିବା ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରୁଛି। ଗତକାଲି ଏହି ୨୦୦ ଭାରତୀୟ ବିମାନ ବନ୍ଦରରେ ପହଞ୍ଚିବାର ଥିଲା। ଯେଉଁ ବିମାନ ବନ୍ଦର ସହିତ ଭାରତ ସରକାର ଯୋଗାଯୋଗରେ ଅଛନ୍ତି ତାହା ଆମେରିକା ସେନା ଅଧୀନରେ ରହିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆମେରିକା ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ଭାରତୀୟଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରୁଥିବା ସୂଚନା ରହିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!