Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତାଲିବାନ ଆତଙ୍କବାଦୀ ଆଫଗାନିସ୍ତାନର ଯୁବତୀ ଙ୍କୁ ବଳପୂର୍ବକ ଉଠାଇ ନେଇ ବିବାହ ପାଇଁ ଯୋଜନା

by ସଞ୍ଜୟ ସ୍ୱାଇଁ
August 5, 2021
in NATIONAL NEWS, WORLD
ତାଲିବାନ ଆତଙ୍କବାଦୀ ଆଫଗାନିସ୍ତାନର ଯୁବତୀ ଙ୍କୁ ବଳପୂର୍ବକ ଉଠାଇ ନେଇ ବିବାହ ପାଇଁ ଯୋଜନା
124
VIEWS
Share on FacebookShare on Twitter

କାବୁଲ୍‌, (ବାଘୁଆବାର୍ତ୍ତା): ତାଲିବାନ ଆତଙ୍କବାଦୀ ଆଫଗାନିସ୍ତାନର ଯୁବତୀଙ୍କ ଉପରେ ହୀନ ଦୃଷ୍ଟି ପକାଇଛନ୍ତି । ସେମାନଙ୍କୁ ବଳପୂର୍ବକ ଉଠାଇ ନେଇ ବିବାହ ପାଇଁ ଯୋଜନା ଚଳାଇଛନ୍ତି । ତାଲିବାନ ୧୫ ବର୍ଷରୁ ଅଧିକ ବୟସର ଯୁବତୀ ଏବଂ ୪୫ ବର୍ଷରୁ କମ୍‌ ବୟସର ବିଧବା ମହିଳାଙ୍କ ତାଲିକା ମଗାଇଛି । ଧାର୍ମିକ ନେତାଙ୍କୁ ତାଗିଦ କରାଯାଇ ଯଥାଶୀଘ୍ର ତାଲିକା ଦେବାକୁ କୁହାଯାଇଛି । ଏ ନେଇ ଏକ ସ୍ୱତନ୍ତ୍ର ଆଦେଶନାମା ଜାରି କରାଯାଇଛି । ତାଲିବାନ ଏହାର ଯୁବକମାନଙ୍କ ବିବାହ କରାଇବା ଲାଗି ପ୍ରତିଶ୍ରୁତି ଦେଇଥିଲା । ଯୁବକମାନଙ୍କର ବିବାହ କରାଇବା ପରେ ସେମାନଙ୍କୁ ପାକିସ୍ତାନର ୱଜିରିସ୍ତାନକୁ ନିଆଯିବ । ସେଠାରେ ଅଣମୁସଲିମ ଯୁବତୀ ବା ମହିଳାଙ୍କର ଧର୍ମ ପରିବର୍ତ୍ତନ କରାଯିବ । ସମସ୍ତେ ଇସଲାମ ଧର୍ମ ଗ୍ରହଣ କରିବେ । ଦ ସନ୍‌ରେ ପ୍ରକାଶିତ ରିପୋର୍ଟ ମୁତାବକ ତାଲିବାନ ଏହି ଯୁବତୀ ଓ ମହିଳାମାନଙ୍କୁ ନିଜ ଆତଙ୍କୀ ସଦସ୍ୟଙ୍କର ଗୋଲାମ ବନାଇବାକୁ ଚାହୁଁଛି । ମହିଳାମାନଙ୍କୁ କେବଳ ଯୌନ ଶୋଷଣ ପାଇଁ ତାଲିବାନ ଏଭଳି ପଦକ୍ଷେପ ନେଇଛି । ତାଲିବାନର କଲ୍‌ଚରାଲ୍‌ କମିଶନ ତରଫରୁ ଏହି ଆଦେଶନାମା ଜାରି କରାଯାଇଛି । ଇରାନ, ପାକିସ୍ତାନ, ଉଜବେକିସ୍ତାନ ଓ ତାଜିକିସ୍ତାନ ସୀମାକୁ ଲାଗିଥିବା ଆଫଗାନିସ୍ତାନର ପ୍ରମୁଖ ଜିଲ୍ଲା ଓ ଥାନାଗୁଡ଼ିକୁ କବ୍‌ଜାକୁ ନେବା ପରେ ତାଲିବାନ ଏଭଳି ଆଦେଶନାମା ଜାରି କରିଛି । ପୂର୍ବରୁ ଆଫଗାନିସ୍ତାନର ପୂର୍ବୋତ୍ତର ଅଞ୍ଚଳରେ ମହିଳାମାନଙ୍କୁ ଘରୁ ଏକାକୀ ନ ବାହାରିବା ପାଇଁ ତାଲିବାନ ନିର୍ଦ୍ଦେଶ ଜାରି କରିଥିଲା । ପୁରୁଷମାନଙ୍କୁ ଦାଢ଼ି ବଢ଼ାଇବା ଲାଗି କୁହାଯାଇଥିଲା । ସେତିକି ନୁହେଁ, ଯୁବତୀମାନଙ୍କ ପାଇଁ ଯୌତୁକ ନିୟମ ବି ନିର୍ଦ୍ଧାରିତ କରାଯାଇଛି । କାରଣ ତାଲିବାନ ଇସଲାମ ଆଇନର ନିଜସ୍ୱ ସଂସ୍କରଣକୁ ଲାଗୁ କରୁଛି । ୨୦୦୧ ପୂର୍ବରୁ ତାଲିବାନ ଶାସନ ଅନୁସାରେ ଆଫଗାନିସ୍ତାନରେ ମହିଳାମାନଙ୍କୁ ସ୍କୁଲ ଯିବା, ଘରୁ ବାହାରି କାମ କରିବା ଅଥବା ପୁରୁଷଙ୍କ ବିନା ଘରୁ ବାହାରିବା ଉପରେ ରୋକ ଲଗାଯାଇଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!