ନୟାଗଡ଼, (ବାଘୁଆବାର୍ତ୍ତା): ସୋସିଆଲ ମିଡିଆରେ ଏବେ ଜମୁଛି ପ୍ରେମ କାହାଣୀ । ସୋସିଆଲ ମିଡିଆରେ ପରିଚୟ ଦେଇ କିଛି ବ୍ୟକ୍ତି ଯୋଜନା ମୁତାବକ ବିଭିନ୍ନ ଠକେଇ ସଂସ୍ଥାରେ ଲାଗି ପଡିଛନ୍ତି । କାହାକୁ ପ୍ରେମ ଜାଲରେ ଫସାଉଛନ୍ତି ତ କାହାଠାରୁ ଲୁଟ କରୁଛନ୍ତି । ଏଭଳି କାର୍ଯ୍ୟକ୍ରମ ଦୈନନ୍ଦିନ ଦେଖିବାକୁ ମିଳୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ପ୍ରେମିକାକୁ ଧୋକା ଦେଇ ପ୍ରେମିକ ଫେରାର ରହିଛି । ପ୍ରେମିକ ଧୋକା ଦେଇ ପ୍ରେମିକାକୁ ଧରାଛୁଆଁ ଦେଉନାହିଁ । ନୟାଗଡ଼ର ଜଣେ ଯୁବକ ଶାରିରୀକ ସମ୍ପର୍କ ରଖିବା ସହ ବିବାହ ପ୍ରତିଶୃତି ଦେଇ ଫେରାର ହୋଇଯାଇଛନ୍ତି । ଏ ନେଇ ଭୁବନେଶ୍ୱରର ସହିଦ ନଗର ଥାନାରେ ଏତଲା ଦେଇଛନ୍ତି ପ୍ରେମିକା । ଉକ୍ତ ଯୁବତୀ ମଧୁସୂଦନ ନଗର ଅଞ୍ଚଳରେ ରହୁଥିବା ପ୍ରକାଶ କରିଛନ୍ତି ।





