ଟାଙ୍ଗୀ, (ବାଘୁଆବାର୍ତ୍ତା): ଟାଙ୍ଗୀ ବ୍ଲକ ଅଧିନସ୍ଥ ଆଡିଆପଡା ଠାରେ ଅନୁଷ୍ଠିତ ହେଉଥିବା ପ୍ରିମିୟର ଲିଗ କ୍ରିକେଟ ଆଜି ଉଦଯାପିତ ହୋଇଯାଇଛି। ଏହି ଫାଇନାଲ ମ୍ୟାଚରେ ୟୁଥ ଏକାଦଶ ଦିକ୍ଷିତପଡା ଓ ମା ବ୍ରାହ୍ମଣୀଦେବୀ ଷ୍ଟ୍ରାଇକର କୟଥପଲ୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ୟୁଥ ଏକାଦଶ ଦିକ୍ଷିତପଡା ୭ ଉଇକେଟ ରେ ବିଜୟୀ ହୋଇଛି।ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଡଃ ସଂଜୟ ପଟନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଏହି ଟୁର୍ଣ୍ଣାମେଣ୍ଟର ପୁରୋଧା ଅଜୟ କୁମାର ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ବିଶ୍ବଭୂଷଣ ଛୋଟରାୟ ,ସର୍ବେଶ୍ବର ରାଉତରାୟ ,ନବ ବିଶ୍ବାଳ ବେଣୁଧର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନ ତରଫରୁ ସଭାପତି ଯୋଗେନ୍ଦ୍ର ମହାରଥୀ ବିଭୂତି ଭୂଷଣ ମହାପାତ୍ର, ଯଦୁମଣୀ ମହାରଥି, ଦିଲ୍ଲିପ ମହାରଥି , ଜିତେନ୍ଦ୍ର ମହାପାତ୍ର , ପ୍ରେମାନନ୍ଦ ମହାରଥୀ ଉପସ୍ଥିତ ରହି ଖେଳକୁ ଅତିଥୀଙ୍କୁ ଆତିଥ୍ୟ ଦେଇ ସହଯୋଗ କରିଥିଲେ । ଭାଷ୍ୟକାର ଭାବରେ ଦୀପକ ମହାରଥି ଓ କୃଷ୍ଣଚନ୍ଦ୍ର ସାମନ୍ତରାୟ ବିଜୟ କୁମାର ସାହୁ ପରିଚାଳନା କରିଥିଲେ । ଖେଳର ଦୁର ଅମ୍ପାୟର ସୂର୍ଯ୍ୟକାନ୍ତ ଯାଦବ ଓ ଶିବ ପ୍ରସାଦ ସାହୁ ଏବଂ ତୃତୀୟ ଅମ୍ପାୟାର ଭାବେ ପ୍ରଶାନ୍ତ ମହାରଥୀ ଦାୟିତ୍ବ ତୁଲାଇଥିଲେ ।






