Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଣପୁର ପୁଲିସ ଜାଣତରେ ହେଉଛି କି ?

by ସଞ୍ଜୟ ସ୍ୱାଇଁ
December 6, 2019
in Breaking, Nayagarh
ରଣପୁର ପୁଲିସ ଜାଣତରେ ହେଉଛି କି ?
21
VIEWS
Share on FacebookShare on Twitter

ଅଧିକାରୀଙ୍କୁ ଗାଡ଼ି ଚପାଇ ମାରି ଦେବାକୁ ଧମକ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଂଚଳରେ ବ୍ୟାପକ ଚୋରା ମାଙ୍କଡ଼ା ପଥର ଚାଲାଣ ହେଉଥିବାର ଅଭିଯୋଗ ହେଇ ଆସୁଛି । ରାତି ବାରଟାଠାରୁ ରାତି ଚାରିଟା ପର୍ଯ୍ୟନ୍ତ ଏହି କାରବାର ଚାଲିଥାଏ । ବିଭିନ୍ନ ଜଙ୍ଗଲ ରାସ୍ତା ଦେଇ ମାଙ୍କଡ଼ା ପଥରକୁ ବିଭିନ୍ନ ଗାଡ଼ିରେ ଚାଲାଣ କରାଯାଏ । ଏଥିରେ ଥାନା, ମାଙ୍କଡ଼ା ପଥର ବ୍ୟବସାୟୀ ଓ କିଛି ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇ ଏହି କାରବାର ପ୍ରୋତ୍ସହନ ଦେଉଥିବାର ଅଭିଯୋଗ ହେଉଛି । ସୂଚନାନୁସାରେ, ରଣପୁର, ଚାନ୍ଦପୁର ଏବଂ ନୟାଗଡ଼ର କିଛି ବ୍ୟକ୍ତି ଏବଂ ଗାଡ଼ି ମାଲିକ ଏକାଠି ହୋଇ ଏକ ଅଣପଂଜିକୃତ ମେଣ୍ଟ କରିଛନ୍ତି । ମାଙ୍କଡ଼ା ପଥର ବ୍ୟବସାୟ ନେଇ ଯାହା ଅସୁବିଧା ହେଲେ ସଂଘ ଆଗକୁ ବାହାରି ଆସୁଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଥାନା ବାବୁଙ୍କ ଜାଣତରେ ଏସବୁ କାରବାର ହେଉଛି କି ? ଏପରି ସନ୍ଦେହ ସବୁ ଆଡ଼େ ଚିନ୍ତାର କାରଣ ପାଲଟିଲାଣି । ପ୍ରତ୍ୟେକ ରାତିରେ ଏଭଳି କାଣ୍ଡ ଘଟୁଥିଲେ ମଧ୍ୟ ପୁଲିସ କାହିଁକି ନୀରବ ରହୁଛି? ପୁଲିସ, ମାଙ୍କଡ଼ା ଚାଲାଣ ସଂଘ, କିଛି ମୁନାଫାଖୋର ଗଣମାଧ୍ୟମ ପ୍ରତିନିଧି ଏଥିରେ ଲିପ୍ତ ରହି ଘଟଣାକୁ ବାହାରକୁ ବାହାରକୁ ପ୍ରଘଟ ନକରିବା ପାଇଁ ଶପଥ ନେଇଛନ୍ତି । ଗାଡ଼ି ଧରିଲେ ରାତାରାତି ଚାନ୍ଦା ନେବାର ଉଦ୍ୟମ କରାଯାଉଛି ।

ଘଟଣାରୁ ପ୍ରକାଶ, ଗତ ଦୁଇ ଦିନ ତଳେ ନୟାଗଡ଼ ଉପଜିଲ୍ଲାପାଳ ତଥା ଆଂଚଳିକ ପରିବହନ ଅଧିକାରୀ ଲଗ୍ନିଜିତ ରାଉତ, ରଣପୁର ତହସିଲଦାର୍ ଇଟାମାଟି ଥାନା, ନୟାଗଡ଼ ଥାନା ଏବଂ ରଣପୁର ଥାନାର ମିଳିତ ଉଦ୍ୟମରେ ମାଙ୍କଡ଼ା ପଥର ଚୋରା ଚାଲାଣ ନଜର ଦିଆଯାଇଥିଲା । ଟାଙ୍ଗୀ ଓ ଚାନ୍ଦପୁର ଅଂଚଳରୁ ମାଙ୍କଡ଼ ପଥର ନୟାଗଡ଼ ଓ ଖୋର୍ଦ୍ଧା ଅଂଚଳକୁ ଚାଲାଣ ହେଉଥିବା ନେଇ ଜଣାପଡ଼ିବା ପରେ ଗାଡ଼ି ଗୁଡ଼ିକ ଧରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ରାତିରେ ଚଢ଼ାଉ ସମୟରେ ଏପରି ଅବସ୍ଥା ହେଲା ଗାଡ଼ି ଚାଳକ ମାନେ ଅଧିକାରୀମାନଙ୍କୁ ଗାଡ଼ି ଚପାଇ ଦେବାକୁ ଉଦ୍ୟମ କଲେ । ପରମୂହୂର୍ତ୍ତରେ ମାରି ଦେବାକୁ ଧମକ ଦେଲେ । ମାତ୍ର ଦୁଇ ରାତିର ଅପରେସନ୍ ପରେ ଏହି ଟିମ ତିନୋଟି ମାଙ୍କଡ଼ା ପଥର ବୋଝେଇ ଗାଡ଼ି ଜବତ ହୋଇଥିବା ଜଣାପଡ଼ିଛି । ପ୍ରତ୍ୟେକ ଦିନ ଏଭଳି ଘଟଣା ଘଟୁଥିଲେ ମଧ୍ୟ ସଂପୃକ୍ତ ଅଂଚଳର ଥାନା ଅଧିକାରୀ ମାନେ କାହିଁକି ଚୁପ ରହୁଛନ୍ତି? ଘଟଣା ପଚାରିଲେ ନୀରବ ରହିବାରକାରଣ କଣ? ସବୁ ଜାଣି ଅଜଣା ହେବାର ଉଦ୍ଦେଶ୍ୟ କଣ? ପ୍ରତ୍ୟେକ ଦିନ କାହିଁକି ଏହି ଅଂଚଳରେ ଚଢ଼ାଉ କରାଯାଉ ନାହଁ? କାହା ଛତ୍ରଛାୟା ତଳେ ଏଭଳି ବ୍ୟବସାୟ ଚାଲିଛି ? ଏହାର ଖୋଲା ପର୍ଦ୍ଦାଫାସ ଖୁବ ଶ୍ରୀଘ୍ର କରାଯିବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!