ରାଜ୍ୟ ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ
ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । କୃଷି ଭବନ ସଭା ଗୃହରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୃତ୍ତିକା ଅବକ୍ଷୟକୁ ରୋକିବା ଓ ଭବିଷ୍ୟତକୁ ରକ୍ଷା କରିବା ସହିତ ଅଧିକ ଗବେଷଣା କରାଗଲେ ମୃତ୍ତିକାର ପ୍ରକୃତ ମାନ ଜଣାପଡ଼ିବା ସହିତ ଏହାର ନିରାକରଣ ପାଇଁ ବ୍ୟବସ୍ଥା କରାଯାଇପାରିବ । ବର୍ତ୍ତମାନ ପରିସ୍ଥିତିରେ କ୍ରମବଦ୍ଧିଷ୍ଣୁ ଜନ ସଂଖ୍ୟାର ବର୍ଦ୍ଧିତ ଖାଦ୍ୟ ଚାହିଦା ପୂରଣ କରିବା ସହିତ ମୃତ୍ତିକାର ପୋଷକ ତତ୍ୱକୁ ସୁରକ୍ଷିତ ରଖିବା ପାଇଁ ସମନ୍ୱିତ ଖତ ଓ ସାର ଯୋଗାଣ ତଥା ପରିଚାଳନାର ଆବଶ୍ୟକତାକୁ ଉପଲବ୍ଧି କରାଯାଉଛି । ଚାଷ ଜମିରେ ରାସାୟନିକ ସାର ସହିତ ଜୈବିକ ଖତ ଓ ଜୀବାଣୁ ସାର ପ୍ରୟୋଗ କଲେ ଫସଲ ଅମଳରେ ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ମାଟିରେ ଅନ୍ୟାନ ଭୈାତିକ ତଥା ଜୈବିକ ମାନରେ ଉନ୍ନତି ଘଟେ । ୨୦୦୨ ମସିହାରେ ଇଣ୍ଟିର ନ୍ୟାସନାଲ ୟୁମାନ ଅଫ ସଏଲ ସାଇନ୍ସ ପକ୍ଷରୁ ଏହି ଦିବସ ପାଳନ କରାଗଲା ଏହା ପରେ ଜୁନ ୨୦୧୩ରେ ସଂଯୁକ୍ତ ରାଷ୍ଟ୍ରର ୩୮ ତମ ସାଧାରଣ ଅଧିବେଶନରେ ଏହାକୁ ବିଶ୍ୱ ସ୍ତରୀୟ ମାନ୍ୟତା ଦେବା ପାଇଁ ଅପିଲ୍ କରାଗଲା । ଏହି ଅଧିବେଶନରେ ଡିସେମ୍ବର ୫କୁ ମୃତ୍ତିକା ଚୟନ ଦିବସ ଭାବେ ପାଳନା କରାଗଲା ଯେଉଁଥି ପାଇଁ ଆମେ ଆଜି ଏହି ଦିବସକୁ ପାଳନ କରୁଛେ ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏହି ବୈଠକରେ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।







