Monday, May 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଦର୍ଶ ଚାଷୀ, ପାଞ୍ଚ ପରିବାରକୁ ସ୍ୱାବଲମ୍ବୀ କରିଛନ୍ତି ଅବିନାଶ

by ସଞ୍ଜୟ ସ୍ୱାଇଁ
May 16, 2025
in State
ଆଦର୍ଶ ଚାଷୀ, ପାଞ୍ଚ ପରିବାରକୁ ସ୍ୱାବଲମ୍ବୀ କରିଛନ୍ତି ଅବିନାଶ
25
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ମନ ଜିଣୁଛି ଦେବତା ଗଡ଼ିଆ କୃଷି ଫାର୍ମ । ଯିଏ ସେହି ବାଟ ଦେଇ ଯାଉଛି, ଅଟକି ଯାଉଛି । ଫାର୍ମ ଭିତରକୁ ନ ଗଲେ ତାର ମନ ବୁଝୁନି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଦେବତା ଗଡ଼ିଆରେ ୭ ଏକର ପରିମିତ ସମନ୍ୱିତ କୃଷି ଫାର୍ମରେ ଫଳୁଛି କଦଳୀ କାନ୍ଧି, କାଜୁ ଆଉ ପିଜୁଳି । ପୋଖରୀରେ ଖେଳୁଛନ୍ତି ମାଛ । ଯାଆଁଳ ବି ଚାଷ ହେଉଛି । ଫର୍ମ ଚାରିପାଖରେ ଅମୃତଭଣ୍ଡା ଗଛ ଧାଡ଼ି କି ଧାଡ଼ି ଲାଗିଛି । ପୋଖରୀ ହୁଡ଼ାରେ ରହିଛି ଧାଡ଼ିକୁ ଧାଡ଼ି ସଜନା ଗଛ । ସୋଲାରରେ ପାୱାରରେ ମୋଟର କାର୍ଯ୍ୟ ହେଉଥିବା ବେଳେ ଫାର୍ମ ଭିତରେ ବି ବାୟୋପିକ ମାଛ ଚାଷ ଆରମ୍ଭ ହୋଇଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତର ଯୁବ ଚାଷୀ ଅବିନାଶ ସାହୁ । ୩ ବର୍ଷ ହେଲା ଫାର୍ମ ଆରମ୍ଭ କରିଛନ୍ତି । ନିଜେ ପରିଶ୍ରମ କରୁଛନ୍ତି । ୫ ଜଣ ଶ୍ରମିକଙ୍କୁ ପ୍ରତିଦିନ ରୋଜଗାର ଦେଇ ସ୍ୱାବଲମ୍ବୀ କରିଛନ୍ତି । ତାଙ୍କ ଉଦ୍ୟମ, ପ୍ରୟାସ ଆଉ ବୁଦ୍ଧି ବଳରେ ବାଡ଼ିରୁ ଏବେ କଦଳୀ ଗାଡ଼ି, ମାଛ ଗାଡ଼ି ଭଳି ନାନା ପ୍ରକାରର ଚାଷରୁ ଆମଦାନି ହେଉଥିବାବେଳେ ଅମଳ ଦ୍ରବ୍ୟ ଭଦ୍ରକ ଜିଲ୍ଲାକୁ ଯୋଗାଯାଉଛି । ଉଦ୍ୟାନ ବିଭାଗରୁ ପ୍ରଶିକ୍ଷଣ ନେଇ ଖୁବ ସୁନ୍ଦର ଭାବେ ଫଳ ଫଳାଉଛନ୍ତି । ବନ୍ତ ସହକାରୀ କୃଷି ଉଦ୍ୟାନ ଅଧିକାରୀ ପାୟଲ ଚୌଧୁରୀ ସରକାରୀ ବ୍ୟବସ୍ଥାରେ ଯାହା ସମ୍ଭବ ସବସିଡ୍ରୁ ଆରମ୍ଭ କରି ଋଣ ଯୋଗାଇ ଦେଇଛନ୍ତି । ଯୁବକମାନେ ଉଦ୍ୟମ କଲେ ସମନ୍ୱିତ ଚାଷ ନିମନ୍ତେ ସରକାରୀ ସୁବିଧା ପର୍ଯ୍ୟାପ୍ତ ଅଛି । ଯାହାକୁ ଯୁବ ଚାଷୀ ଅବିନାଶ ସାହୁ ପ୍ରଶିକ୍ଷଣ ନେଇ ଏବେ କାର୍ଯ୍ୟର ଲଗାଉଛନ୍ତି । ଏବେ ଲାଭ କମ ହେଉଛି । ଆଗକୁ ନିଶ୍ଚିତ ଲାଭ ପରିମାଣ ବଢିବ ବୋଲି ସେ ପ୍ରକାଶ କରିଛନ୍ତି । ଅବିନାଶ କୁହନ୍ତି, ବାଡ଼ିରେ ୩ ଶହ କଦଳୀ ଗଛ ଲାଗିଛି । ୫୦ ହଜାର ଟଙ୍କାର କଦଳୀ ବିକ୍ରି ହୋଇଛି । ଭଲ ଚାହିଦା ରହୁଛି । ଆଗକୁ ଆହୁରି ଅମଳ ବଢିବ ବୋଲି ବିଶ୍ୱାସ ରହିଛି । ସେହିଭଳି ପିଜୁଳି ୩ ଶହ ଗଛ ଲଗାଯାଇଥିବାବେଳେ ପପେୟା ୨ ଶହ ଗଛ ଲାଗିଛି । ୪ଶହ କାଜୁ ଗଚ୍ଛରୁ ଅମଳ ଆରମ୍ଭ ହୋଇଛି । ୭ ଏକର ଜମି ଭିତରେ ମୋର ଫାର୍ମ ବାଡ଼ି । ୩ ଏକର ଜମିରେ ୩ଟି ପୋଖରୀ ଅଛି । ମାଛ ଚାଷ ଭଲ ଫାଇଦା ଦେଉଛି । ମାଛ ଯାଆଁଳ ମଧ୍ୟ ଅମଳ ହେଉଛି । ମାଛ ଠାରୁ ଯାଆଁଳ ଚାଷରେ ଅଧିକ ରୋଜଗାର ହେଉଛି । ଏବେ ବାୟୋ ଫ୍ଲକ ମାଧ୍ୟମରେ ମାଛ ଛାଷ ଲାଗି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ୩୭.୫ ଲକ୍ଷ ଲକ୍ଷ ଟଙ୍କା ଋଣ ଆଣିଛି । ୫୦ ପ୍ରତିଶତ ସବସିଡ୍ ରହିଛି । ଏବେ ଅଧିକ ଅର୍ଥ ଖର୍ଚ୍ଚ ହେଉଛି । ଲାଭ ବେଶୀ ହେଉନି । ଆଉ ଦୁଇ ବର୍ଷ ପରେ ନିଶ୍ଚିତ ଅଧିକ ପରିମାଣରେ ଲାଭ ବାହାରିବ ବୋଲି ସେ କହିଛନ୍ତି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!