ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବ୍ଲକ ଲାଠିପଡ଼ାଠାରେ ଅବସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ସାହିତ୍ୟ ସମାଜ ପକ୍ଷରୁ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ନୀଳାଂଚଳ ସେଠୀ ଅତିଥି ଭାବେ ଯୋଗ ଦେଇଥିଲେ । ଅନତମ ଅତିଥିଭାବେ ମହାବିଦ୍ୟାଳୟର ଅଧ୍ୟାପିକା ଜ୍ୟୋତ୍ସାରାଣୀ କର ଯୋଗ ଦେଇଥିବା ବେଳେ ବରଷ୍ଠ ସ୍ତମ୍ଭକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ଆଲୋଚନାରେ ଯୋଗଦେଇ ଓଡ଼ିଆ ଲୋକଗୀତରେ ଜୀବନ ବୋଧ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରମାନଙ୍କ ମଧ୍ୟରେ ଢଗଢମାଳୀ ପ୍ରତିଯୋଗୀତା କରାଯାଇ ପୁରସ୍କାର ଆକାରରେ ପୁସ୍ତକ ପ୍ରଦାନ କରାଯାଇଥିଲା । ଏହି ଅବସରରେ ମହାବିଦ୍ୟାଳୟ ପାଠାଗାରକୁ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ପ୍ରକାଶନୀ ତଥାସ୍ତୁ ତରଫରୁ ବହୁ ପୁସ୍ତକ ଦିଆଯାଇଥିଲା ।





