Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଭିନେତ୍ରୀ ଡେମ ମ୍ୟାଗି ସ୍ମିଥଙ୍କ ଦେହାନ୍ତ

by ସଞ୍ଜୟ ସ୍ୱାଇଁ
September 27, 2024
in NATIONAL NEWS, WORLD
ଅଭିନେତ୍ରୀ ଡେମ ମ୍ୟାଗି ସ୍ମିଥଙ୍କ ଦେହାନ୍ତ
78
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ‘ହ୍ୟାରୀ ପୋଟର୍’ ଓ ‘ଡାଉନଟନ୍ ଆବି’ ଭଳି ହଲିଉଡ ସିନେମା ଅଭିନୟ କରି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ଡେମ ମ୍ୟାଗି ସ୍ମିଥଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସ୍ମିଥଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କର ଦୁଇ ପୁଅ ସୂଚନା ଦେଇଛନ୍ତି। ବ୍ରିଟିଶ ମଞ୍ଚ ଓ ସିନେମାର ଜଣେ ମହାନ ବ୍ୟକ୍ତିତ୍ୱର ପରିଚୟ ହାସଲ କରିଥିବା ସ୍ମିଥ ୨ ଥର ସମ୍ମାନଜନକ ଅସ୍କାର ପୁରସ୍କାର ଜିତିଥିଲେ। ୧୯୬୯ରେ ତାଙ୍କୁ The Prime of Miss Jean Brodie ପ୍ରଥମେ ଅସ୍କାର ମିଳିଥିଲା। ସେହିପରି ୧୯୭୮ରେ ‘କାଲିଫର୍ନିଆ ସୁଟ୍’ ପାଇଁ ତାଙ୍କୁ ସର୍ପୋଟିଂ ଅଭିନେତ୍ରୀ ଭାବେ ଅସ୍କାର ପ୍ରଦାନ କରାଯାଇଥିଲା। ୨ ପୁଅ ଓ ୫ ନାତି ନାତୁଣୀଙ୍କ ସହ ସ୍ମିଥ ରହୁଥିଲେ। ହେଲେ ଆଜି ସକାଳେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ବୟୟ ଜନିତ ଅସୁସ୍ଥତା କାରଣରୁ ଗୋଟିଏ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲେ। ସେଠାରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। 1934 ମସିହାରେ ଜନ୍ମଗ୍ରହଣ କରିଥିବା ସ୍ମିଥ୍ ପ୍ଲେହାଉସ୍ ଥିଏଟରରେ ପ୍ରଥମେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ। ୧୯୫୮ରେ ସେ ପ୍ରଥମଥର ପାଇଁ ସିନେମାରେ ସୁଯୋଗ ପାଇଥିଲେ। ସେଥ୍ ହୋଲ୍ଟଙ୍କ ଥ୍ରୀଲର ‘ନୋହେର୍ ଟୁ ଗୋ’ରେ ତାଙ୍କୁ ପ୍ରଥମେ ସୁଯୋଗ ମିଳିଥିଲା। ସ୍ମିଥ ଅନ୍ୟତମ ଅଭିନେତା ରବର୍ଟ ଷ୍ଟେଫେନ୍ସକୁ ୧୯୬୭ରେ ବିବାହ କରିଥିଲେ। ଖ୍ରୀଷ୍ଟଫର ଓ ଟୋବେ ନାମରେ ସେମାନଙ୍କର ଦୁଇ ଜଣ ପୁଅ ରହିଛନ୍ତ। କିନ୍ତୁ ୧୯୭୫ରେ ସ୍ମିଥ ଓ ରବର୍ଟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିଲା। ସେହିବର୍ଷ ସ୍ମିଥ ଲେଖକ ବେଭରେଲୀ କ୍ରସଙ୍କୁ ବିବାହ କରିଥିଲେ। କିନ୍ତୁ ୧୯୯୮ରେ କ୍ରସଙ୍କ ମୃତ୍ୟୁ ହୋଇଯାଇଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!