ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଶୋଇଥିବା ବେଳେ ଯୁବକଙ୍କୁ ଏସିଡ୍ ମାଡ଼। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟିକାଣଡ଼ିହି ଥାନା ରାମଚନ୍ଦ୍ରପୁର ଗ୍ରାମରେ ଏହି ଘଟଣା ଘଟିଛି। ଗ୍ରାମର ସନାତନ ପଲାଇଙ୍କ ପୁଅ ଜଗବନ୍ଧୁ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଏସିଡ୍ ଫିଙ୍ଗି ଫେରାର୍ ହୋଇଯାଇଛି। ସୂଚନାନୁଯାୟୀ, ନାୟିକାଣଡ଼ିହି ଥାନା ରାମଚନ୍ଦ୍ରପୁର ଗ୍ରାମର ଜଗବନ୍ଧୁ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍ ମାଡ଼ କରିଛି। ଶୁକ୍ରବାର ବିଳମ୍ଵିତ ରାତିରେ ଏହି ଘଟଣା ଘଟିଛି। ଜଗବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ପରେ କଟକ ସ୍ଥାନାନ୍ତର କରାଯାଇଛି। ପରିବାର ଲୋକେ ଏସିଡ୍ ମାଡ଼ର କାରଣ କହିପାରୁନଥିବା ବେଳେ ଏହା ପୂର୍ବ ଶତ୍ରୁତା ନେଇ ହୋଇଥାଇପାରେ ଅନୁମାନ କରାଯାଉଛି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।





