
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସହର ମଧ୍ୟରେ ଏବେ ଏବେ ଏକ ଅଘଟଣ ଘଟିଛି । ଓଡ଼ଗାଁ ରାସ୍ତାରେ ରହିଥିବା ପରିବା ମାର୍କେଟଠାରେ ଏକ ଇଟା ବୋଝେଇ ଟ୍ରାକ୍ଟର ଜଣେ ଯୁବକଙ୍କୁ ଚାପି ଦେଇଛି । ସୂଚନାନୁସାରେ, ଟ୍ରାଫିକ ଛକରୁ ଓଡ଼ଗାଁ ରାସ୍ତାରେ ଆସୁଥିବା ଏକ ଟ୍ରାକ୍ଟର ପଛ ଚକାରେ ଯୁବକ ଜଣଙ୍କ ଚାପି ହୋଇଯାଇଥିବା ବେଳେ ତାଙ୍କୁ କିଛି ସହୃଦୟ ଯୁବକ ଟେକି ଟେକି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଯୁବକଙ୍କ ପରିଚୟ ମିଳିପାରି ନାହିଁ ।






