ନୟାଗଡ଼, (ବାଘୁଆବାର୍ତ୍ତା) : ଦଶପଲ୍ଲା ସହର ଦୁର୍ଗାବଜାରସ୍ଥିତ ନେତାଜୀ ମୈଦାନ ନିକଟରେ ଥିବା ମାଂସ ବ୍ୟବସାୟୀ ଜାଫର ଖାନ୍ଙ୍କର ଟ୍ରାକ୍ଟର ସହିତ ବାଇକ୍ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଜାଫର ଏକ ବାଇକ୍ରେ ବୌଦ୍ଧରୁ ଦଶପଲ୍ଲା ଫେରୁଥିବା ବାଟରେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ନଂ ୫୭ର ଆଡେନିଗଡ଼ ନିକଟରେ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ବ୍ୟକ୍ତି ବୌଦ୍ଧ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏ ସମ୍ପର୍କରେ ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଛନ୍ତି । ଜାଫର ଜଣେ ଉଚ୍ଚକୋଟୀର କ୍ରୀଡ଼ା ସଂଗଠକ ତଥା ଖେଳାଳୀ ମଧ୍ୟ ଥିଲେ । ତାଙ୍କ ମୃତ୍ୟୁରେ ଖେଳାଳୀମାନଙ୍କ ମଧ୍ୟରେ ଦୁଃଖ ପ୍ରକାଶ ପାଇଛି ।






