ବାଲିପାଟଣା,(ବାଘୁଆବାର୍ତ୍ତା): କେନାଲକୁ ଖସିଲା PCR ଭ୍ୟାନ୍ । ହଂସପାଳ-ଅଭୟମୁଖି ରାସ୍ତା ବାଲିଅନ୍ତା ଥାନା ପାରିବାସୁଦେଇପୁର ନିକଟରେ ଗୋପ ବ୍ରାଞ୍ଚ କେନାଲକୁ ପୋଲିସ PCR ଭ୍ୟାନ୍ ଓଲଟି ପଡ଼ିଛି । ଭ୍ୟାନ୍ରେ ଥିବା ୩ ପୋଲିସ କର୍ମଚାରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନରେ PCR ଭ୍ୟାନ୍ ହଂସପାଳ-ଅଭୟମୁଖି ରାସ୍ତାରେ ପଇଁତରା ମାରୁଥିଲା । ସାମ୍ନାରୁ ଏକ ବାଇକ୍ ସାମ୍ନାକୁ ଚାଲି ଆସିବାରୁ ଭାରସାମ୍ୟ ହରାଇ PCR ଭ୍ୟାନ୍ଟି ତିନି ଗଡ଼ା ଦେଇ କେନାଲରେ ପଡ଼ିଥିଲା । ଏଥିରେ ଥିବା ୩ ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି ।





