Saturday, September 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ୍, ୨୦ ଆହତ

by ସଞ୍ଜୟ ସ୍ୱାଇଁ
February 23, 2025
in Accident, State
ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ୍, ୨୦ ଆହତ
54
VIEWS
Share on FacebookShare on Twitter

ରାଉରକେଲା/ଲହୁଣିପଡା/ରାଜାମୁଣ୍ଡା, (ବାଘୁଆବାର୍ତ୍ତା): ସୁନ୍ଦରଗଡ଼ରୁ ରାଉରକେଲା ଦେଇ ପୁରୀକୁ ଚାଦଲୁଥିବା ସରକାରୀ ସେମି ସ୍ଲିପର୍ ଭଲ୍‌ଭୋ ବସ୍ ‘ଜଗନ୍ନାଥ ଏକ୍ସପ୍ରେସ୍’ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୨ଟାରେ ଲହୁଣିପଡା ଥାନା ଅନ୍ତର୍ଗତ ୧୦ (କ) ରାଜ୍ୟ ରାଜପଥର ମୁଚୁରନାଳି ନିକଟରେ ରାସ୍ତାପାର୍ଶ୍ବ ୩୩ କେଭି ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ବସ୍‌ଟି ଓଲଟି ପଡ଼ିଥିଲା। ତେବେ ଦୁର୍ଘଟଣା ଘଟିବା ମାତ୍ରେ ବିଦ୍ୟୁତ୍ ସଂଯୋଗ କଟି ଯାଇଥିବାରୁ ବଡ଼ ବିପଦରୁ ବର୍ତ୍ତିଯାଇଛନ୍ତି ୪୫ ଯାତ୍ରୀ ଓ ୪ ବସ୍ କର୍ମଚାରୀ। ଆହତ ୨୦ରୁ ଅଧିକ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଗୁରୁତର ଶାନ୍ତିଲତା ପ୍ରଧାନ, ଲିଜାରାଣୀ ପ୍ରଧାନ ଏବଂ ଦୀପକ କରନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍) ସ୍ଥାନାନ୍ତର କରାଯାଇଛି। ବସ୍ ଡ୍ରାଇଭର ଅଙ୍କିତ କିଣ୍ଡୋଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଲହୁଣିପଡ଼ା ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ସନ୍ଧ୍ୟାରେ ସୁନ୍ଦରଗଡ଼ରୁ ବାହାରି ରାଉରକେଲା ଓ ବଣାଇ ଦେଇ ‘ଜଗନ୍ନାଥ ଏକ୍ସପ୍ରେସ୍’ ପୁରୀ ଯାଇଥାଏ। ପୂର୍ବରୁ ଡବଲ୍‌ଡେକର୍ ପୂର୍ଣ୍ଣ ସ୍ଲିପ୍ର ବସ୍ ସୁନ୍ଦରଗଡ଼-ପୁରୀ ମଧ୍ୟରେ ଚାଲୁଥିଲା। ୨୦୨୪ ନଭେମ୍ବର ପରଠାରୁ ଡବଲ୍ ଡେକର ସ୍ଲିପ୍ର ପରିବର୍ତ୍ତେ ସେମି ସ୍ଲିପ୍ର ବସ୍ ଯାତାୟାତ କରୁଛି। ପ୍ରତିଦିନ ପରି ଶୁକ୍ରବାର ସନ୍ଧ୍ୟା ସାଢ଼େ ୭ଟାରେ (ଓଡି୦୨ସିୟୁ-୬୪୭୮) ସୁନ୍ଦରଗଡ଼ରୁ ଏହି ଆରାମଦାୟକ ଅତ୍ୟାଧୁନିକ ବସ୍‌ଟି ପୁରୀ ବାହାରିଥିଲା। ଏହା ରାତି ପ୍ରାୟ ୯ଟା ୪୫ ମିନିଟ୍‌ରେ ରାଉରକେଲା ସେକ୍ଟର-୨ ବସ୍‌ଷ୍ଟାଣ୍ଡରେ ପହଞ୍ଚି ରାତି ସାଢ଼େ ୧୦ଟାରେ ରାଉରକେଲା ଛାଡ଼ିଥିଲା। ୫୧ ଆସନ ବିଶିଷ୍ଟ ବସ୍ର ସବୁ ସିଟ୍ ବୁକ୍ ହୋଇଥିବାବେଳେ କିଛି ଜଣ ଟିକଟ୍ ବାତିଲ କରିଥିବାରୁ ୪୫ ଜଣ ଯାତ୍ରୀ ଥିଲେ। ସେଥିରୁ ଅଧିକାଂଶ ମହିଳା ଯାତ୍ରୀ ଥିଲେ। ଡ୍ରାଇଭର ଅଙ୍କିତ କିଣ୍ଡୋ ବସ୍ ଚଳାଉଥିଲେ। ଅନ୍ୟ ଜଣେ ଡ୍ରାଇଭର ସାମଲ ଯୋଯୋ, କଣ୍ଡକ୍ଟର ଶ୍ରବଣ କୁମାର ପ୍ରଧାନ ଏବଂ ହେଲ୍ପର ବସିଥିଲେ। ରାତି ପ୍ରାୟ ସାଢ଼େ ୧୨ଟାବେଳେ ଲହୁଣିପଡ଼ା ମୁଚୁରନାଲି ନିକଟରେ ବସ୍ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବ ୩୩ କେଭି ବିଦ୍ୟୁତ୍ ଖୁଣ୍ଟରେ ପିଟି ହେବା ପରେ ଓଲଟି ପଡ଼ିଥିଲା। କିଛି ଯାତ୍ରୀ ବସ୍ ବାହାରକୁ ବାହାରି ଆସିଥିଲାବେଳେ ଅନେକ ଯାତ୍ରୀ ଭିତରେ ଫସି ରହିଥିଲେ। ଲହୁଣିପଡା ଓ ମହୁଲପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଓ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ଶ୍ରୀକ୍ଷେତ୍ର ପୁରୀକୁ ଅନ୍ୟ ଜିଲ୍ଲା ମୁଖ୍ୟାଳୟଗୁଡ଼ିକ ସହ ଯୋଡ଼ିବା ଲକ୍ଷ୍ୟରେ ଗତ ବର୍ଷ କିଣା ହୋଇ ଲକ୍ଷ୍ମୀ ଯୋଜନାରେ ଚାଲୁଥିବା ୨ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଏହି ଅତ୍ୟାଧୁନିକ ଭଲ୍‌ଭୋ ବସ୍ ଦୁର୍ଘଟଣାରେ ଭାଙ୍ଗି ସଂପୂର୍ଣ୍ଣ ଚୂର୍‌ମାର୍ ହୋଇଯାଇଛି। ସାଧାରଣ ବସ୍‌ଠାରୁ ଯଥେଷ୍ଟ ଅଧିକ ଲମ୍ବା ଥିବା ଏହି ମଲ୍‌ଟି ଏକ୍ସେ‌ଲ୍ ବସ୍‌ଗୁଡ଼ିକୁ ଅନଭିଜ୍ଞ ଡ୍ରାଇଭର ଚଳାଉଥିବାରୁ ଏଭଳି ଦୁର୍ଘଟଣାମାନ ଘଟୁଛି ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ବସ୍ ଦୁର୍ଘଟଣାଗ୍ରସ୍ତ ହେବାପରେ ଆସନ୍ତାକାଲି (ରବିବାର) ରାଜ୍ୟ ପରିବହନ ବିଭାଗ ଅନ୍ୟ ଏକ ବସ୍ ସୁନ୍ଦରଗଡ଼ ପଠାଇବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ରାଉରକେଲା-ଭୁବନେଶ୍ବର ରୁଟ୍‌ରେ ଯାତାୟାତ କରୁଥିବା ଅନ୍ୟ ଏକ ସରକାରୀ ଭଲ୍‌ଭୋ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ରାଜ୍ୟ ପରିବହନ ବିଭାଗ ଭଲ୍‌ଭୋ ବସ୍ ଚଳାଚଳ ବନ୍ଦ କରି ଦେଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!