ନୟାଗଡ଼,(ବାଘୁଆବାର୍ତ୍ତା): ଗୁରୁବାର ବିଳମ୍ବିତ ରାତିରେ ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବାବେଳେ କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ ବରଗଛକୁ ପିଟି ହୋଇ ୩ ଜଣ ବାଇକଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।ସୂଚନା ଅନୁଯାୟୀ ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କ ପଞ୍ଚାୟତ ମହେଶ୍ବରପୁର ଗ୍ରାମ ସ୍କୁଲ ସାହିର ମାଧବ ପ୍ରଧାନ(୨୦) ପିତା କେଦାର ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ (୧୯) ପିତା ବିକ୍ରମ ପ୍ରଧାନ,ରାଜେଶ ନାୟକ ପିତା ହରି ନାଏକ (୧୯) ଓଡ଼ଗାଁକୁ ଘରୁ ରାତି ୮ ଘଟିକାରେ ବାହାରେ ଶ୍ରୀରାମ ନବମୀ ଯାତ୍ରା ଦେଖିବା ପାଇଁ ଆସିଥିଲେ। ଯାତ୍ରା ଦେଖି ରାତି ୧୨ ଘଟିକା ସମୟରେ ବାଇକ ନଂ ଓଡ଼ି ୨୫ ଏନ୩୨୭୪ ଯୋଗେ ଘରକୁ ଫେରୁଥିବା ସମୟରେ ପଥରା ବୃଦ୍ଧାଶ୍ରମ ନିକଟରେ ଭାରସାମ୍ୟ ହରାଇ ରାସ୍ତାପାଶ୍ୱରେ ଥିବା ଏକ ବରଗଛକୁ ଧକ୍କା ଦେଇଥିଲେ।ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କରି ୩ ଗୁରୁତରଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ସୂର୍ଯ୍ୟକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ରାଜେଶ ଓ ମାଧବଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ନୟାଗଡ଼ ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିଲା।ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।






