ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗିରୀ ଜାତୀୟ ରାଜପଥ ବାଣିଗିରି ଘାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଗୋଟିଏ ବୋଲେରୋ ଏବଂ ଏକ ବାଇକ ମୁହାଁମୁହିଁ ହେବା ଫଳରେ ବାଇକ ଆହୋରୀ ରମେଶ ପ୍ରଧାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାଇକ ପଛରେ ବସିଥିବା ଫତେଗଡ଼ ଅଂଚଳର ନୀରଞ୍ଜନ ପଣ୍ଡା ଗୁରୁତର ଆହାତ ହୋଇଛନ୍ତି । ତାଙ୍କ ହାତ ଗୋଡ଼, ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ସ୍ଥାନୀୟଲୋକେ ତାଙ୍କ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ବେଳେ ସେଠାରୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ସୂଚନାନୁସାରେ, ବୋଲେରୋ ଗାଡ଼ିଟି ଘାଟି ରାସ୍ତାରେ ଆସୁଥିବା ବେଳେ ସାମନା ପଟୁ ଆସୁଥିବା ବାଇକ ସହ ଧକ୍କା ହୋଇଥିଲା । ଖବରପାଇ ବାଣିଗୋଚ୍ଛା ପୁଲିସ ଘଟଣାସ୍ଥଳରେ ପଂହଚି ଦୁଇଟି ଗାଡ଼ିକୁ ଜବତ କରିବା ସହ ଏକ ମାମଲା ରୁଜୁ କରିଛି ।