ନୟାଗଡ଼, (ବାଘୁଆବାର୍ତ୍ତା): ବାଘ ଦେଖି ଛାନିଆରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସୂଚନାନୁସାରେ, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଟାକରା ଘାଟିଠାରେ ରାସ୍ତା ଉପରେ ପଥରରେ ପିଟି ହୋଇ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ନୟାଗଡ଼ ଲକ୍ଷ୍ମୀପ୍ରସାଦ ଗ୍ରାମର ମାନସ କୁମାର ରତନ୍(୩୫) । ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ଣ ପ୍ରାୟ ସାଢେ ୪ଟା ସମୟରେ ମାନସ ଏବଂ ନୟାଗଡ଼ ବୋଦାପଡ଼ା ଗ୍ରାମର କାଲୁ ମହାପାତ୍ର(୨୩) ଏକ ବାଇକ ଯୋଗେ ବୈାଦ୍ଧ ଅଭିମୁଖେ ଯାଉଥିଲେ । ମାତ୍ର କାଲୁଙ୍କ କହିବା ଅନୁଯାୟୀ ରାସ୍ତା ଉପରକୁ ହଠାତ୍ ଏକ ବାଘ ଚାଲି ଆସିଥିଲା । ଯାହାକି ହଡବଡେଇ ଯାଇ ରାସ୍ତା ପାଶ୍ୱର୍ରେ ଥିବା ପଥରରେ ବାଇକଟି ପିଟି ହୋଇ ଯାଇଥିଲା । ଉଭୟଙ୍କୁ ୧୦୮ ଯୋଗେ ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ମାନସଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।





