Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁର୍ଘଟଣାଗ୍ରସ୍ତ ପ୍ରେସ ଗାଡିରୁ ମିଳିଲା ଏକ କୁଇଣ୍ଟାଲ ଗଞ୍ଜେଇ

by ସଞ୍ଜୟ ସ୍ୱାଇଁ
March 1, 2021
in Feature News
ଦୁର୍ଘଟଣାଗ୍ରସ୍ତ ପ୍ରେସ ଗାଡିରୁ ମିଳିଲା ଏକ କୁଇଣ୍ଟାଲ ଗଞ୍ଜେଇ
569
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ସୋମବାର ଭୋର ସକାଳ ୬ଟା ୧୫ ମିନଟ ସମୟରେ ୨୬ ନମ୍ବର ଜାତୀୟ ରାଜପଥର ଦେଓଗାଁ ସୋନଗଡ଼ ନଦୀ ଉପରେ ଦୁଇଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ହେଲେ ଗୋଟିଏ ଗାଡ଼ିରୁ ଏକ କୁଇଣ୍ଟାଲ ଗଞ୍ଜେଇ ମିଳିଥିବା ଜଣାପଡ଼ିଛି। ପ୍ରକାଶ ଥାଉକି, ଦେଓଗାଁ ଡାକବଙ୍ଗଳା ପଟରୁ ଯାଉଥିବା ଏକ ସ୍ବିପ୍ଟ ଡିଜାୟାର (ଓଡି୦୨ଏଜି ୦୪୫୩) ସହ ବିପରୀତ ଦିଗରୁ ଯାଉଥିବା ଟାଟା ଏସିଇ (ଓଡି ୦୩ଏମ-୩୨୮୦) ମଧ୍ୟରେ ସୋନଗଡ଼ ନଦୀର ବ୍ରିଜ ଉପରେ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡ଼ିରେ ବସିଥିବା ଡ୍ରାଇଭର ଓ ଯାତ୍ରୀ ଆହତ ହୋଇଥିଲା। ଘଟଣା ଏମିତି ଥିଲା ଯେ, ବଲାଙ୍ଗୀର ପଟରୁ ଯାଉଥିବା ଟାଟା ଏସିଇ ପୁଣି ବଲାଙ୍ଗୀର ପଟକୁ ମୁହଁ ହୋଇ ଯାଇଥିଲା। ବ୍ରିଜ ଉପେର ଧକ୍କା ହେବା ଦ୍ବାରା କିଛି ସମୟ ପାଇଁ ଯାତାୟତ ବନ୍ଦ ହୋଇଯାଇଥିଲା। ଦୁର୍ଘଟଣା ପରେ ଟାଟା ଏସିଇ ଗାଡ଼ିର ଆହତଙ୍କୁ ୧୦୮ ଆମ୍ବୁଲାନ୍ସରେ ବଲାଙ୍ଗୀର ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଦୁର୍ଘଟଣା ପରେ ପ୍ରେସ ଲେଖାଥିବା ସ୍ଵିପ୍ଟ ଡିଜାୟାର ଗାଡ଼ିର ଯାତ୍ରୀମାନେ ଫେରାର ମାରିଥିଲେ। ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିବା ସେହି ପ୍ରେସ ଲେଖାଥିବା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଓ ଗଞ୍ଜେଇକୁ ଦେଓଗାଁ ପୁଲିସ ଜବତ କରି ଥାନାରେ ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!