ନୟାଗଡ଼, (ବାଘୁଆବାର୍ତ୍ତା): ଝିଅର ଜନ୍ମ ଦିନ ପାଳନ କରିବେ ବୋଲି ବନ୍ଧୁ ବାନ୍ଧବ ଙ୍କୁ ଖବର ଦେବାକୁ ଆସୁଥିବା ବେଳେ ନିଜେ ଖବର ହୋଇଗଲେ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜୀବନ ଚାଲିଗଲା ସୁଶାନ୍ତ ନାୟକଙ୍କର। ମୃତ ସୁଶାନ୍ତ ଘର ଢିପାମାଳ ଅଞ୍ଚଳରେ ବୋଲି ଜଣାପଡ଼ିଛି । ନୟାଗଡ଼ ସଦର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ସୂଚନାନୁସାରେ, ନୟାଗଡ଼ ସଦର ଥାନା ଅନ୍ତର୍ଗତ ହାଟଦ୍ୱାରା ନିକଟରେ ଆଜି ଅପରାହ୍ନ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଢିପାମାଳ ଗ୍ରାମର ସୁଶାନ୍ତ ନାୟକଙ୍କର ମୃତ୍ୟୁ ହୋଇଛି । ସୁଶାନ୍ତ ଙ୍କ ଝିଅର ଜନ୍ମ ଦିନ ପାଳନ କରିବା ଘରୁ ଖୁସିରେ ଘରୁ ବାହାରି ଆସିଥିଲେ । ତେବେ ବାଇକ୍ ସ୍ପିଡିକୁ କଣ୍ଟ୍ରୋଲ କରି ନପାରି ଏକ ଗଛକୁ ଧକ୍କା ଦେଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକ ରୁଣ୍ଢ ହୋଇ ପୁଲିସକୁ ଖବର ଦେଇଥିଲେ । ପଲିସ୍ ଘଟଣା ସ୍ଥଳରେ ପହଞ୍ଚି ସୁଶାନ୍ତଙ୍କ ମୃତ ଶରୀର ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ବାଇକକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି ।





