Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଳିଙ୍ଗାଘାଟିରେ ଓଲଟିଲା ବସ୍:୩୦ ପର୍ଯ୍ୟଟକ ଆହାତ

by ସଞ୍ଜୟ ସ୍ୱାଇଁ
December 17, 2021
in Accident, Breaking
କଳିଙ୍ଗାଘାଟିରେ ଓଲଟିଲା ବସ୍:୩୦ ପର୍ଯ୍ୟଟକ ଆହାତ
307
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଶୀତୁଆ ସକାଳରେ ବସ୍ ଦୁର୍ଘଟଣା । ବୁଲି ଯାଇଥିଲେ, ଫେରିଲା ବେଳକୁ ହେଲା ମର୍ମନ୍ତୁତ ସଡ଼କ ଦୁର୍ଘଟଣା । କଳିଙ୍ଗା ଘାଟିରେ ଓଲଟିଲା ବସ୍ । ଉକ୍ତ ଦୁର୍ଘଟଣାରେ ୩୦ଜଣ ପର୍ଯ୍ୟଟକ ଆହାତ ହୋଇଥିବା ଜଣାପଡିଛି । ଆହତ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାଯାଇଛି। ସମସ୍ତ ଆହତଙ୍କୁ ଜି.ଉଦୟଗିରି, ଫୁଲବାଣୀ ଓ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ଗତ ରାତିରେ କନ୍ଧମାଳ ଜିଲ୍ଲା ଗଂଜାମ ଜିଲା ସୀମାନ୍ତ କଳିଙ୍ଗା ଘାଟିରେ ଘଟିଛି। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀ ‘ରାଣୀତ’ ନାମକ ଟୁରିଷ୍ଟ ବସ୍ରେ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ । ଗତକାଲି ଏହି ଯାତ୍ରୀମାନେ ବୁଲାବୁଲି ସାରି ନିଜ ଘର ଅଭିମୁଖେ ବାହୁଡ଼ୁଥିଲେ। ହେଲେ କଳିଙ୍ଗା ଘାଟିର ଅନ୍ଧରକୋଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ସଙ୍ଗେସଙ୍ଗେ ଜି. ଉପୟଗିରି, ଭଞ୍ଜନଗର ପୁଲିସ୍, ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତରେ ଆହତଙ୍କୁ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲା। ଆହତଙ୍କ ମଧ୍ୟରେ ବହୁ ଶିଶୁ ଥିବା ବି ଜଣାଯାଇଛି। ତେଣୁ ଉଦ୍ଧାର କାର୍ୟ୍ୟରେ ବିଳମ୍ବ ହୋଇଥିଲା। ସୂଚନାଯୋଗ୍ୟ, ଗତବର୍ଷ କରୋନା ସମୟରେ ସୁରଟରୁ ଶ୍ରମିକଙ୍କୁ ନେଇ ଆସୁଥିବା ‘ଶ୍ରୀ ପଟେଲ’ ଏକ ବସ୍ ମଧ୍ୟ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। । ଏହାପରେ ଏହି ରାସ୍ତାକୁ ଚଉଡ଼ା କରାଯାଇଥିଲା। ମାତ୍ର ଦୁର୍ଘଟଣା କମିବା ନାଁ ଧରୁନି । ଏହି ଘାଟି ରାସ୍ତା ସମ୍ପର୍କରେ ବାହାର ରାଜ୍ୟ ଡ୍ରାଇଭରଙ୍କର କୌଣସି ଧାରଣା ନ ଥିବାରୁ ସେମାନଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛି। ତେଣୁ ବାହାର ରାଜ୍ୟ ଗାଡ଼ିକୁ ଘାଟି ପାର କରାଇବା ପାଇଁ ଏଠାରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ହେଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!