ଭଞ୍ଜନଗର (ବାଘୁଆବାର୍ତ୍ତା): ଭାରସାମ୍ୟ ହରାଇ ଓଲଟିଲା ଡ଼ାଲା ଅଟୋ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ମୃତ ମହିଳା ଜଣକ ହେଲେ ଢ଼ିମିରିପଲ୍ଲୀ ଗାଁର ରେଣୁ ନାୟକ। ଗାଙ୍ଗପୁର ଥାନା ମରେଇପାଟ ଗ୍ରାମ ନିକଟରେ ଘଟିଛି ଦୁର୍ଘଟଣା । ଗୁରୁବାର ସକାଳ ସମୟରେ ଢ଼ିମିରିପଲ୍ଲୀ ଗାଁର ୧୫ ଜଣ ଶ୍ରମିକ ଅଟୋରେ ବସି ରତ୍ନପୁର ଗ୍ରାମକୁ ପୋଖରୀ ଖୋଳା କାମ କରିବାକୁ ଯାଉଥିଲେ । ଠିକ୍ ଏହି ସମୟରେ ଅଟୋଟି ଭାରସାମ୍ୟ ହରାଇ ମାରାଇପାଟ ଠାରେ ଓଲଟି ପଡିଥିଲା । ଗୁରୁତର ଶ୍ରମିକ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣକ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି ଅନ୍ୟ ମାନଙ୍କ ଚିକିତ୍ସା ଚାଲିଛି । ଅନ୍ୟପଟେ ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋକୁ ଜବତ କରି ତଦନ୍ତ ଚଳାଇଛି ।






