ବାଲେଶ୍ୱର (ବାଘୁଆବାର୍ତ୍ତା): ବାଲେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି । ରାସ୍ତାରେ ଯାଉଥିବା ବେଳେ ଏକ ଆମ୍ବୁଲାନ୍ସ ପୋଲରୁ ନଦୀକୁ ଓଲଟି ପଡିଥିବା ଜଣାପଡିଛି । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ସୂଚନାନୁସାରେ, ଖଇରା-ସୋର କୁପାରୀ ରାସ୍ତାର ପିତା କାଳିଆ ପୋଲ ଉପରୁ ଓଲଟି ନଈରେ ଆମ୍ବୁଲାନ୍ସ ଖସିପଡିଥିବା ଜଣାପଡିଛି । ଖଇରାରୁ ସୋର ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ଆହତ ରୋଗୀଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ ସୋର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ହେଲେ ଆହତ ରୋଗୀଙ୍କ ପରିଚୟ ମିଳିପାରିନାହିଁ ।






