Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଡିସନାଲ୍ CSOଙ୍କ ଗାଡି ଧକ୍କାରେ ବାଇକ୍ ଚାଳକ ମୃତ

by ସଞ୍ଜୟ ସ୍ୱାଇଁ
April 28, 2025
in Accident, State
ଆଡିସନାଲ୍ CSOଙ୍କ ଗାଡି ଧକ୍କାରେ ବାଇକ୍ ଚାଳକ ମୃତ
49
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ଅତିରିକ୍ତ ସିଭିଲ ସପ୍ଲାୟ ଅଫିସର ବ୍ରଜ କିଶୋର ମାରାଣ୍ଡିଙ୍କ ଗାଡି ସହ ମୁହାଁମୁହିଁ ଧକ୍କା ହେଲା ବାଇକ୍ । ଦୁର୍ଘଟଣାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ । ମୃତକ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଘାଗି ଗ୍ରାମର ରାଜେନ୍ଦ୍ର ବେହେରା ବୋଲି ଜଣା ପଡ଼ିଛି । କେନ୍ଦୁଝର ଜିଲ୍ଲା ଉଦୟପୁର ସାହାରପଡା ରାସ୍ତାର ଚାତରପାଣି ନିକଟରେ ଏଭଳି ଘଟଣା ଘଟଣା ଘଟିଛି । ସୂଚନା ମୁତାବତ, ସାହାରପଡା ବ୍ଲକରେ ହୋଉଥିବା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ କେନ୍ଦୁଝର ଅତିରିକ୍ତ ସିଭିଲ ସପ୍ଲାୟ ଅଫିସର ବ୍ରଜ କିଶୋର ମାରାଣ୍ଡି ଏକ ବୋଲେରୋ ଯୋଗେ ଯାଉଥିଲେ । ରାସ୍ତାରେ ଯିବାବେଳେ ଉଦୟପୁର ସାହାରପଡା ରାସ୍ତାର ଚାତରପାଣି ନିକଟରେ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଯୁବକ ଜଣକ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିଲେ । ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଅତିରିକ୍ତ ସିଭିଲ ସପ୍ଲାୟ ଅଫିସର ବ୍ରଜକିଶୋର ମାରାଣ୍ଡି ମାନବିକତା ଭୁଲି ଅନ୍ୟ ଗାଡିରେ ଚାଲି ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ବାଇକ୍ ଅରୋହୀଙ୍କୁ ଉଦ୍ଧାର କରି ୧୦୮ ସହାୟତାରେ ପାଟଣା ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!