ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସହୀଦ ନଗର ଥାନା ଅନ୍ତର୍ଗତ ସତସଙ୍ଗ ବିହାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଖଣ୍ଡଗିରି ପଟୁ ଦୃତ ଗତିରେ ଆସୁଥିବା ଏକ ବୋଲେରୋଟି ଗାଡ଼ିର ଚକା ଫାଟି ଯିବାରୁ ବାଣୀ ବିହାର ଓଭର ବ୍ରିଜ୍ ନିକଟରେ ଭାରସାମ୍ୟ ହରାଇ ଏକ ବୁଲେଟ୍କୁ ଧକ୍କା ଦେଇଥିଲେ। ବୁଲେଟ ଚଳାକ ଘଟଣାସ୍ଥଳରେ ଗୁରୁତର ହୋଥିବା ବେଳେ ଜଣେ ପୋଲିସ କନେଷ୍ଟବଳ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ବୋଲେରୋରେ ଥିବା ଦୁଇ ବ୍ୟକ୍ତି ଫେରାର, ଜଣଙ୍କୁ ଅଟକ ରଖିଛି ପୋଲିସ । ବୋଲେରୋ ଗାଡ଼ି ରାସ୍ତା ମଝିରେ ଓଲଟି ପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରୁ ପଠାଇଥିବା ଜଣାପଡିଛି। ରାସ୍ତାରେ ପଡି ରହିଥିବା ଗାଡ଼ିକୁ ସ୍ଥାନୀୟଲୋକଙ୍କ ସାହାର୍ୟ୍ୟରେ ଗାଡ଼ିଟିକୁ ସିଧା କରିଛି। ବୋଲେରୋଟି ଭୁବନେଶ୍ବର ଭରତପୁରର ବୋଲି ସୂଚନା ମିଳିଛି । ମଦ ପିଇ ଦ୍ରୁତ ଗତିରେ ଗାଡି ଚଲାଉଥିଲେ ବୋଲେରୋ ଡ୍ରାଇଭର । ବୋଲେରୋଟି ଏକ ବୁଲେଟ ଚାଳକଙ୍କୁ ମଧ୍ୟ ପଛରୁ ପିଟିଥିବା ଜଣାପଡିଛି । ଉକ୍ତ ବୁଲେଟଟି ବ୍ୟାରିକେଟ୍ ଭାଙ୍ଗି ଆଉ ଗୋଟିଏ ଆପାଚିକୁ ପିଟିଛି । ଉଭୟ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି ।





