Wednesday, November 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହଜ ଯାତ୍ରାବେଳେ ଓଲଟି ପଡ଼ିଲା ତୀର୍ଥଯାତ୍ରୀ ବସ, ୨୦ ମୃତ, ଅନେକ ଗୁରୁତର

by ସଞ୍ଜୟ ସ୍ୱାଇଁ
March 28, 2023
in Accident, WORLD
ହଜ ଯାତ୍ରାବେଳେ ଓଲଟି ପଡ଼ିଲା ତୀର୍ଥଯାତ୍ରୀ ବସ, ୨୦ ମୃତ, ଅନେକ ଗୁରୁତର
149
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସାଉଦି ଆରବରେ ଜଳିଗଲା ହଜଯାତ୍ରୀ ବସ୍ । ପୋଲରେ ବାଡେଇ ହୋଇ ଓଲଟି ପଡିଲା ତୀର୍ଥ ଯାତ୍ରୀଙ୍କ ବସ୍। ଆଉ ବସରେ ଲାଗିଗଲା ନିଆଁରେ ଜୀବନ୍ତ ଜଳିଗଲେ ୨୦ ତୀର୍ଥଯାତ୍ରୀ। ପବିତ୍ର ସ୍ଥାନ ମକ୍କା ଏବଂ ମଦିନାକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ଆଜି ସକାଳୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଅତି କମରେ ୨୯ ଜଣ ଆହତ ହୋଇଛନ୍ତି। ୟେମେନ ସୀମାରେ ଥିବା ଦକ୍ଷିଣ-ପଶ୍ଚିମ ଦିଗରେ ଆସିର ପ୍ରଦେଶ ଦେଇ ତୀର୍ଥଯାତ୍ରୀ ବସଟି ଯାଉଥିବା ବେଳେ ବ୍ରେକ୍ ଫେଲ୍ ହେବା ଯୋଗୁ କାର ସହିତ ଧକ୍କା ହୋଇଥିଲା । ପରେ ବସ୍ଟି ପ୍ରଥମେ ଏକ ପୋଲରେ ବାଡେଇ ହୋଇ ରାସ୍ତା କଡକୁ ଓଲଟି ପଡିଥିଲା। ଏହାପରେ ବସରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଯୋଗୁଁ ଯାତ୍ରୀଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇଥିଲା। ଫଳରେ ୨୦ ଯାତ୍ରୀ ଜୀବନ୍ତ ଜଳି ଯାଇଥିବା ଜଣାଯାଇଛି। ଘଟଣାରେ ଆହତ ହୋଇଥିବା ୨୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ଦମକଳବାହିନୀ ମଧ୍ୟ ବସରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି। ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ। ପୋଲିସ ମୁତାବକ, ବସରେ ଥିବା ସମସ୍ତ ଯାତ୍ରୀ ଉମ୍ରା କରିବାକୁ ଯାଉଥିଲେ। ସ୍ଥାନୀୟ ଲୋକଙ୍କ ସହ ବସରେ ବହୁ ବିଦେଶୀ ଯାତ୍ରୀ ମଧ୍ୟ ଥିଲେ। ତେବେ ବସ୍ ଭିତରେ କେଉଁ କେଉଁ ଦେଶର ଯାତ୍ରୀ ଥିଲେ ସେ ନେଇ କିଛି ସୂଚନା ମିଳିନାହିଁ। ସାଉଦି ଆରବର ପବିତ୍ର ସ୍ଥାନର ଆଖପାଖରେ ତୀର୍ଥଯାତ୍ରୀମାନଙ୍କୁ ନେଇ ଯିବା ବିପଦପୂର୍ଣ୍ଣ କାମ । ବିଶେଷ ଭାବେ ହଜ୍ ଯାତ୍ରା ବହୁତ ବିପଦପୂର୍ଣ୍ଣ ରହିଥାଏ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!