ଆନନ୍ଦପୁର, (ବାଘୁଆବାର୍ତ୍ତା): ବୋଲେରୋ ଧକ୍କାରେ ବାଇକ୍ ଆରୋହୀମାନେ ଗୁରୁତର ଆହାତ ହୋଇ ହସ୍ପିଟାଲରେ ଚିକିସ୍ତିତ ହେଉଥିବା ଜଣାପଡିଛି । ସୂଚନାନୁସାରେ, ବାଇକରେ ୩ଜଣ ଯୁବକ ଥିଲେ । ଏମାନେ ସ୍ଥାନୀୟ କଇନିପୁର ଗ୍ରାମର ବୋଲି ଜଣାପଡିଛି । ଏକ ଇଟା ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଉଥିବା ବେଳେ ବିପରିତ ଦୀଗରୁ ଆସୁଥିବା ଦ୍ରୁତଗତିରେ ଆସୁଥିବା ବୋଲେରୋ ବାଇକକରୁ ଧକ୍କା ଦେଇଥିଲା । ଯାହାଫଳରେ ୩ଜଣ ଯାକ ବାଇକ୍ ଆରୋହୀ ଗୁରୁତର ଆହାତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଲୋକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ବୋଲେରୋ ଗାଡିକୁପୁଲିସ୍ ଜୀମା ଦେଇଥିବ ଜଣାପଡିଛି ।





