ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା କାର୍। ଅଳ୍ପକେ ବର୍ତ୍ତିଲେ କାରରେ ଥିବା ୪ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ମଧୁବନ ଗାଁ ନିକଟରେ। ସୁନ୍ଦରଗଡ଼ରୁ ଭୁବନେଶ୍ଵର ଆସିବା ବେଳେ ଏକ କାର୍ ଭାରସାମ୍ୟ ହରାଇ କେନାଲ ଭିତରକୁ ପଶି ଯାଇଛି। କାର୍ଟି ବାରଙ୍ଗ ଥାନା ମଧୁବନ ଗାଁ ନିକଟରେ ପୁରୀ ମୁଖ୍ୟ ନାଳ ଭିତରକୁ ପଶି ଯାଇଛି। ତେବେ କାର୍ ଭିତରେ ୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ୪ ଜଣଙ୍କୁ କାର୍ ବିତରୁ ଉଦ୍ଧାର କରିବା ସହ କାରଟିକୁ ପାଣି ଭିତରୁ ବାହାର କରିଛି।





