ରାୟଗଡ଼ା, (ବାଘୁଆବାର୍ତ୍ତା): ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରେଲର। ଚାଲିଗଲା ୪ ଜଣଙ୍କ ଜୀବନ। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାୟଗଡ଼ା ଜିଲ୍ଲା ଅମ୍ବାଦଳା ନିକଟ ମଂଜରିକୋପା ନିକଟରେ ଘଟିଛି। ଦୁର୍ଘଟଣାରେ ମୃତ ସମସ୍ତ ୪ ଜଣ ଆମ୍ବୁଲାନ୍ସରେ ଥିଲେ। ବିଷମକଟକରୁ ଚିକିତ୍ସା ସାରି ବଙ୍ଗୋମୁଣ୍ଡା ଫେରିବା ବେଳେ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ପୁରୁଷ ଥିବା ସୂଚନା। ମୃତକମାନେ ବିଷମକଟକରୁ ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡାକୁ ଆମ୍ବୁଲାନ୍ସରେ ଫେରୁଥିଲେ। ତେବେ ମଂଜରିକୋପା ନିକଟରେ ଝରସୁଗୁଡ଼ାରୁ ଟିକିରି ଯାଉଥିବା ଏକ ଟ୍ରେଲ୍ର, ଆମ୍ୱୁଲାନ୍ସକୁ ପିଟି ଦେଇଥିଲା। ଫଳରେ ଆମ୍ୱୁଲାନ୍ସ ଭିତରେ ଥିବା ରୋଗୀ ସମେତ ୬ ଚାପି ହୋଇଯାଇଥିଲେ। ଘଟଣା ସସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତ ୩ ଜଣଙ୍କୁ ଉଦ୍ଧାର କରି ମୁନିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ମଧ୍ୟ ଉଦ୍ବେଗଜନକ ରହିଛି। ଖବର ଲେଖାହେବା ପର୍ୟ୍ୟନ୍ତ ମୃତକଙ୍କ ପରିଚୟ ଜଣାପଡ଼ିନି।





