Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେନାଲରୁ ମିଳିଲା ବୁଲେଟ୍ ସହ ଯୁବକଙ୍କ ମୃତଦେହ

by ସଞ୍ଜୟ ସ୍ୱାଇଁ
August 9, 2021
in Accident, State
କେନାଲରୁ ମିଳିଲା ବୁଲେଟ୍ ସହ ଯୁବକଙ୍କ ମୃତଦେହ
124
VIEWS
Share on FacebookShare on Twitter

ଚାନ୍ଦବାଲି, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ କଲେଜ ନିକଟସ୍ଥ କେନାଲରୁ ଏକ ବୁଲେଟ୍ ସହିତ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବସନ୍ତ ଦାସ (୨୪)। ତାଙ୍କ ଘର ପରମାନନ୍ଦପୁର ଗାଁରେ। ବସନ୍ତଙ୍କ ବାପା ଗୋଲେଖ ଦାସ କହିଛନ୍ତି, ଗତକାଲି ସକାଳ ୯ଟାରୁ ସେ ଘରୁ ବାହାରି ଯାଇଥିଲା କୌଣସି ସାଙ୍ଗମାନଙ୍କୁ ଦେଖା କରିବାକୁ। ଫୋନ୍‌ ଯୋଗେ ସେ ରାଜକନିକାରେ ଥିବା କହିଥିଲା। ସାଙ୍ଗମାନଙ୍କ ସହିତ ସେ ଭୋଜି କରୁଥିବା ମଧ୍ୟ କହିଥିଲା। ଅପରାହ୍ଣ ୪ଟାରେ ସେ ଘରକୁ ଫେରିଥିଲା। କିନ୍ତୁ ତାଙ୍କ ପାଖରେ ମୋବାଇଲ୍ ନଥିଲା। ସାଙ୍ଗମାନଙ୍କ ପାଖରେ ମୋବାଇଲ୍ ଛାଡ଼ି ଆସିଥିବା କହିଥିଲା। ଏପରିକି ତାଙ୍କ ସାଙ୍ଗ ମାନେ ଘରକୁ ଆସି ମୋତେ ଦେଖା କରିବାକୁ ଚାହୁଁଛନ୍ତି ବୋଲି କହିଥିଲା। ତା’ପରେ ଗାଡ଼ି ନେଇ ପୁଣି ତା’ ସାଙ୍ଗ ମାନଙ୍କ ପାଖକୁ ଚାଲି ଯାଇଥିଲା। ସେ ଆହୁରି କହିଛନ୍ତି, ସନ୍ଧ୍ୟା ୮ଟା ସୁଦ୍ଧା ପୁଅ ଘରକୁ ଫେରିଲା ନାହିଁ। ତା’ ମୋବାଇଲ୍ ବି ସୁଇଚ୍ ଅଫ୍ କହୁଥିଲା। ଏହା ପରେ ଆମେ କିଛି ସ୍ଥାନରେ ଖୋଜାଖୋଜି କରିଥିଲୁ। କିନ୍ତୁ ତା’ର କୌଣସି ପତ୍ତା ମିଳି ନଥିଲା। ଆଉ ଆଜି ସକାଳେ ତା’ ମୃତଦେହ ପଡ଼ିଥିବା ନେଇ ଆମେ ଖବର ପାଇଲୁ। ବସନ୍ତଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି। ତେବେ ବସନ୍ତଙ୍କ ସେହି ଦୁଇ ଜଣ ସାଙ୍ଗଙ୍କ ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ କିଛି ଜଣାନାହିଁ। ସେମାନେ ସେହି ଦୁଇ ଜଣଙ୍କୁ ଚିହ୍ନି ନାହାନ୍ତି। ଚାନ୍ଦବାଲି ଏସ୍‌ଡିପିଓ କହିଛନ୍ତି ଯେ ପୂରା ତଦନ୍ତ ପରେ ଘଟଣା ପଛର ପ୍ରକୃତ କଥା ଜଣାପଡ଼ିବ। ସୂଚନାଯୋଗ୍ୟ, ବସନ୍ତ ୬ ମାସ ତଳେ ବିବାହ କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!