କଳାହାଣ୍ଡି, (ବାଘୁଆବାର୍ତ୍ତା): କେସିଙ୍ଗା ଥାନା ଏନ ଏଚ ୨୬ ଚାଂଚେର ନିକଟରେ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି। ଗୋଟିଏ ଗଛକୁ ଏକ କାର ଧକ୍କା ଦେବାରୁ ଘଟଣାସ୍ଥଳରେ ମା’ ସହ ୨ ଶିଶୁଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଡ୍ରାଇଭରକୁ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭବାନୀପାଟଣା ରୁ ଟିଟିଲାଗଡ଼ ନିଜ ଘରକୁ ଏକ ସୁଇଫ୍ଟ କାରରେ ମହିଳା ଜଣକ ୨ ଶିଶୁଙ୍କୁ ଧରି ଫେରୁଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ତାଳ ଗଛରେ କାର ପିଟି ହୋଇଥିଲା। ଘଟଣାସ୍ଥଳରେ ମା’ ଓ ୨ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।





