ସାଲେପୁର, (ବାଘୁଆବାର୍ତ୍ତା): ଦୁର୍ଘଟଣାରେ ସ୍ଵାମୀ-ସ୍ତ୍ରୀ ଗୁରୁତର। କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ଛକରେ ଏଭଳି ଦୁର୍ଘଟଣା ଘଟିଛି। ଗୁରୁତର ସ୍ଵାମୀ-ସ୍ତ୍ରୀ ହେଲେ ଭଦ୍ରକ ଚାନ୍ଦବାଲି ଯନ୍ତୁଆଲି ଅଞ୍ଚଳର ବାପୁ ଧଳ ଓ ତାଙ୍କ ସ୍ତ୍ରୀ ଶୁଭଶ୍ରୀ ସାହୁ । ଯନ୍ତୁଆଲି ଅଞ୍ଚଳର ବାପୁ ଧଳ ଓ ତାଙ୍କ ସ୍ତ୍ରୀ ଶୁଭଶ୍ରୀ ସାହୁ ବାଇକ୍ ଯୋଗେ ଭଦ୍ରକରୁ ଭୁବନେଶ୍ଵର ଅଭିମୁଖେ ଯାଉଥିଲେ। ଏହି ସମୟରେ କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ବଜାରରେ ସେମାନଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଉଭୟ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ସ୍ଥାନୀୟ ସାଲେପୁର ମେଡିକାଲକୁ ଆଣାଯାଇଥିବା ବେଳେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ଡ୍ରାଇଭରକୁ ପୋଲିସ ଥାନାକୁ ଆଣି ପଚରାଉଚରା କରୁଥିବା ସୂଚନା ମିଳିଛି।





