Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟାଟା ଏସିଇ ଗାଡି ଓଲଟି ୨୦ମହିଳା ଶ୍ରମିକ ଆହତ

by ସଞ୍ଜୟ ସ୍ୱାଇଁ
July 21, 2021
in Accident, State
ଟାଟା ଏସିଇ ଗାଡି ଓଲଟି ୨୦ମହିଳା ଶ୍ରମିକ ଆହତ
34
VIEWS
Share on FacebookShare on Twitter

ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଟାଟା ଏସିଇ ଗାଡି ଓଲଟି ୨୦ ମହିଳା ଶ୍ରମିକ ଆହତ । ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତରାପୁର ପଞ୍ଚାୟତର ଗୋପୀନାଥପୁର ଛକ ନିକଟରେ ଘଟିଛି ଦୁର୍ଘଟଣା । ବୁଧବାର ସକାଳୁ ଧାନରୁଆ ପାଇଁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ମହିଳାଙ୍କୁ ନେଇ ଯାଉଥିବା ଏକ ଟାଟା ଏସିଇ ଗାଡି ଓଲଟି ପଡିବା ଫଳରେ ୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜରଡ଼ା ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ କୁମାରୀ ପ୍ରଧାନ, କୁରୀ ପ୍ରଧାନ ଓ ରୂପା ପ୍ରଧାନ ଆଦି ୩ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଥିବା ବେଳେ ଅନ୍ୟ କିଛି ଆହତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଯାଇଛି । ଯୁବନେତା ସଚିନ ପ୍ରଧାନ, ଆଲୋକ ପ୍ରଧାନ, ଦେବେନ୍ଦ୍ର ପ୍ରଧାନ, ସରପଞ୍ଚ ପ୍ରସନ୍ନ ପ୍ରଧାନ ଓ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ମୀନକେତନ ବେହେରା ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ସେମାନଙ୍କୁ ପାତ୍ରପୁର ଓ ବ୍ରହ୍ମପୁର ପଠାଇଥିଲେ । ପ୍ରକାଶ ଥାଉକି ଗତ ଏକ ସପ୍ତାହ ମଧ୍ୟରେ ଏହା ଦ୍ଵିତୀୟ ଘଟଣା । ଗତ ୧୪ ତାରିଖରେ ଘର ଛାତ ପକାଇବା ପରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟାଟା ଏସିଇ ଗାଡି ପାତ୍ରପୁର ବ୍ଲକର ତାଳପଡା ନିକଟରେ ଓଲଟି ୨୦ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ ହୋଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!