ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା କୁରାଳ ପଂଚାୟତ ଅନ୍ତର୍ଗତ ଦୋଣ୍ଡର ଛକଠାରେ ଏକ ଟ୍ରାକ୍ଟର ଏବଂ ବାଇକ ମୁହାଁମୁହିଁ ହେବା ଫଳରେ ବାଇକରେ ଥିବା ଦୁଇ ଯୁବକ ଗୁରୁତର ହୋଇଥିବା ଜଣାଯାଇଛି । ଯୁବକ ଦୁଇ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିବା ଜଣାଯାଇଛି । ଏଥିସହିତ ଘଟଣା ସ୍ଥଳରେ ପୁଲିସ ପହଂଚିଥିବା ବେଳେ ବିଲ ଭିତରକୁ ପଶି ଯାଇଥିବା ଟ୍ରାକ୍ଟରକୁ ଉଦ୍ଧାର କରାଯାଉଥିବା ସୂଚନା ମିଳିଛି ।







