Monday, June 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଇକ ସହ ଯୁବକଙ୍କୁ ଘୋଷାଡି ନେଲା ଟ୍ରକ, ଯୁବକ ଗୁରୁତର

by ସଞ୍ଜୟ ସ୍ୱାଇଁ
July 8, 2021
in Accident, State
ବାଇକ ସହ ଯୁବକଙ୍କୁ ଘୋଷାଡି ନେଲା ଟ୍ରକ, ଯୁବକ ଗୁରୁତର
175
VIEWS
Share on FacebookShare on Twitter

ତେଲକୋଇ, (ବାଘୁଆବାର୍ତ୍ତା): ଗଛ ନିକଟରେ ବାଇକ ରଖି ଜଣେ ବସିଥିବା ବେଳେ ଘୋଷାଡି ନେଲା ମାଲବାହୀ ଟ୍ରକ। ଏଥିରେ ବାଇକରେ ବସିଥିବା ଯୁବକ ଜଣକ ଗୁରୁତର ହୋଇଛନ୍ତି। ତେଲକୋଇ ଥାନା ଅନ୍ତର୍ଗତ ହନୁମନ୍ତିଆ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ପାଲ୍ଲଲହଡା ଉପଖଣ୍ଡ ଟମ୍ପର ଗାଁରୁ ମାମୁଁ ଘର ତେଲକୋଇ ତଳସାହିକୁ ଦୁଇ ଯୁବକ ଆସୁଥିଲେ। ହନୁମନ୍ତିଆ ପୋଲ ନିକଟରେ ବାଇକରେ ତେଲ ସରି ଯିବାରୁ ଜଣେ ଟାଙ୍କିକୁ ପେଟ୍ରୋଲ ନେବାପାଇଁ ଆସିଥିଲେ । ଆଉ ଜଣେ ଯୁବକ ମିଥୁନ ନାଏକ ଗୋଟିଏ ଆମ୍ବ ଗଛମୂଳରେ ଗାଡି ଉପରେ ବସିଥିଲେ । ତେବେ ମାଲବାହୀ ଟ୍ରକଟି ତାଙ୍କୁ ପଛପଟୁ ଧକ୍କା ଦେଇ ବାଇକ ସହ ଘୋଷାଡି ନେଇଥିଲା ।ଟ୍ରକଟି ମଧ୍ୟ ରାସ୍ତା କଡକୁ ଓଲଟି ପଡିଥିଲା ।ଫଳରେ ଯୁବକଙ୍କ ବାଇକଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଯୁବକ ଜଣଙ୍କ ଗୁରୁତର ହୋଇପଡିଛନ୍ତି । ଯୁବକ ଜଣଙ୍କୁ ଉଦ୍ଧାର ପ୍ରଥମେ ତେଲକୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ତେବେ ମାଲବାହୀ ଟ୍ରକ ଗୁଡିକ ୪୯ ନମ୍ବର ଜାତୀୟ ରାଜପଥ ଦେଇ ନଯାଇ ଜଗମୋହନପୁର ଠାରୁ ପୂର୍ତ୍ତ ବିଭାଗ ରାସ୍ତାରେ ତେଲକୋଇ ମାର୍କେଟ ଦେଇ କାଞ୍ଜିପାଣି ଥାନା ସମ୍ମୁଖ ଦେଇ ଯିବା ଆସିବା କରୁଥିବା ରୁ ବାରମ୍ବାର ଦୁର୍ଘଟଣା ଘଟୁଛି ।ଏନେଇ ବିଭିନ୍ନ ସଂଗଠନ ଜିଲ୍ଲା ପ୍ରଶାସନ ଓ ପୁଲିସ କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!