ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବଡ଼ଗୋଠ ଗ୍ରାମରେ ଗ୍ୟାସ ଲିକ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଏହି ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡ଼ିଥିବା ବେଳେ ଜଣେ ଗୃରୁତର ହୋଇଥିବା ଜଣାଯାଇଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଥିବା ବେଳେ ଗୁରୁତର ହୋଇଥିବା ନବ ପାଇକରାୟଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଛନ୍ତି । ଅଗ୍ନିକାଣ୍ଡ ସମୟରେ ଗ୍ୟାସ ଟାଙ୍କି ଫାଟିଥିବା ଖବର ମିଳିଛି ।