ବ୍ରହ୍ମଗିରି, (ବାଘୁଆବାର୍ତ୍ତା): ଚାଷ ଜମିକୁ ଯାଇଥିବା ବେଳେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁର ରଘୁନାଥ ବେହେରା । ରେବଣା ନୂଆଗାଁର ରଘୁନାଥ ଆଜି ସକାଳେ ଚାଷ ଜମିକୁ ଯାଇଥିଲେ । ଏହି ସମୟରେ ବର୍ଷା ଓ ଘଡଘଡି ହୋଇଥିଲା । ରଘୁନାଥଙ୍କ ଉପରେ ବଜ୍ରପାତ ହୋଇଥିଲା । ଏଥିରେ ରଘୁନାଥଙ୍କ ମୃତ୍ୟୁ ଘଟିଛି ।






