ସୋନପୁର (ବାଘୁଆବାର୍ତ୍ତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ବାଇକ ଧକ୍କାରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ବିରାମହାରାଜପୁର ଥାନା ବୀରମହାରାଜପୁର – ସମ୍ବଲପୁର ରାସ୍ତାର ମହଦା ଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଲେ ମହଦା ଗାଁର ୬୩ ବର୍ଷିୟ କଳାବତୀ । ସେ ଗାଁ ନଳକୂପକୁ ପାଣି ନେବାକୁ ଆସୁଥିବା ବେଳେ ବୀରମହାରାଜପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲେ । ଘଟଣା ସ୍ଥଳରେ ବୃଦ୍ଦାଙ୍କ ମୃତ୍ୟୁ ହୋଇ ଯାଇଥିଲା । ବାଇକ ଆରୋହୀ ମଧ୍ୟ ବାଇକରୁ ଛିଟିକି ପଡିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ବାଇକ ଚାଳକଙ୍କ ଜଣଙ୍କ ଲିମ୍ବପାଲି ଗାଁର ପଦ୍ମନ ପ୍ରଧାନ ବୋଲି ଜଣା ପଡିଛି । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବୀରାମହାରଜପୁର ଆଇଆଇସ ସୁଦର୍ଶନ ଦେହୁରି ଏସଡିପିଓ ଡୋଲାମଣି ଭୋଇ, ଏମଭିଆଇ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।






