ନୟାଗଡ଼,(ବାଘୁଆବାର୍ତ୍ତା): ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ହୋଇଥିବା ଦୁଇ ଯୁବକ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ସୁଚନାନୁସାରେ, ବୌଦ୍ଧ ଜିଲ୍ଲା ମାଧପୁର ଛକ ନିକଟରେ ଆଜି ଅପରାହ୍ଣରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି । ଉକ୍ତ ଦୁର୍ଘଟଣାରେ ଦୁଇ ଜଣ ଯୁବକର ମୃତ୍ୟୁ ହୋଇଛି । ମୃତ ଯୁବକ ଦ୍ୱୟ ହେଳେ ଖଣ୍ଡପଡ଼ା ଥାନା ଅଧିନରେ ଥିବା ଖଳିସାହି ବଜାରସାହିର ବିରଞ୍ôଚ ନାରାୟଣ ସାହୁ(୩୦) ଓ କଣ୍ଟିଲୋ ଅଂଚଳ ଜଣେ ହୋଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ôଚ ଶବ ଜବତ କରି ପୋଷ୍ଟମଟମ୍ କରିବା ପାଇଁ ମେଡିକାଲକୁ ପଠାଇଥିବା ଜଣାପଡିଛି ।






