ନୟାଗଡ଼, (ବାଘୁଆବାର୍ତ୍ତା): ରାସ୍ତାର ସାଇଟରେ ଚାଲି ଚାଲି ଯାଉଥିବା ବେଳେ ପଛପଟୁ ଏକ କାର ଧକ୍କା ଦେଇଥିଲା । ଯାହାଫଳରେ ଚାଲି ଚାଲି ଯାଉଥିବା ବ୍ୟକ୍ତି ଜଣକ ଗୁରୁତର ଆହାତ ହୋଇ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏଭଳି ଦୁର୍ଘଟଣା ଘଟିଛି ଦଶପଲ୍ଲା ଥାନା ଅଞ୍ଚଳରେ । ସୂଚନାନୁସାରେ, ଦଶପଲ୍ଲା ଥାନା ଅନ୍ତର୍ଗତ କୁଅାଁରିଆ ଗ୍ରାମର କାର୍ତ୍ତିକ ନାୟକ କୌଣସି କାମରେ ୫୭ନଂ ଜାତୀୟ ରାଜପଥର ରାସ୍ତା କଡ଼ରେ ଚାଲି ଚାଲି ଯାଉଥିବା ବେଳେ ପଛପାଖରୁ ଏକ କାର ଧକ୍କା ଦେଇଥିଲା ।ଟେତବେ ଘଟଣାସ୍ଥଳରେ କାର୍ତ୍ତିକ ନାୟକ ଗୁରୁତର ଆହାତ ଥିବାରୁ ସ୍ଥାନୀୟ ଲୋକ ଦଶପଲ୍ଲା ଗୋଷ୍ଠୀ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିବା ବେଳେ କାର ଚାଳକକୁ ଅଟକ ରଖି ଦଶପଲ୍ଲା ପୁଲିସକୁ ଖବର ଦେଇଥିଲେ । ଦଶପଲ୍ଲା ପୁଲିସ୍ ଘଟଣାସ୍ଥଳରେ ପହଂଚି କାର ଡ୍ରାଇଭର ସିଦେ୍ଧଶ୍ୱର ନାଥକୁ ଅଟକ ରଖିଥିବା ବେଳେ କାରକୁ ଜବତ କରି ଥାନାକୁ ଆଣିଛି । ଆହାତଙ୍କ ସଂପର୍କୀୟଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ କେସ୍ ନଂ ୭୪/୨୧ରେ ମାମଲା ଋଜୁ କରାଯାଇଥିବା ନେଇ ଦଶପଲ୍ଲା ଥାନା ଅଧିକାରୀ କିରଣ ହେମ୍ରେମ୍ବ ସୂଚନା ଦେଇଛନ୍ତି ।






