ନୟାଗଡ଼, (ବାଘୁଆବାର୍ତ୍ତା): ଦୁର୍ଘଟଣାରେ ଚାଲିଗଲା ମା’ପୁଅଙ୍କ ଜୀବନ । ଗାଁ ଶ୍ମସାନରେ ମା’ପୁଅଙ୍କୁ ଏକାସାଙ୍ଗରେ ଶବ ଦାହ କରାଯାଇଛି । ଯାହାଫଳରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏଭଳି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଧୁଢ଼ିଆପଢ଼ା ଗାଁରେ । ସୂଚନାନସୁସାରେ, ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଧୁଢ଼ିଆପଢ଼ା ଗାଁର ବିଳାସୀନି ବିଶ୍ୱାଳ ଓ ତାଙ୍କ ପୁଅ ଆଶୋକ ବିଶ୍ୱାଳ ଶୁକ୍ରବାର ଅପରାହ୍ନରେ ବିଳାସୀନି ପୁଅ ଅଶୋକ ସହିତ ବାଇକ ଯୋଗେ ରେଢ଼ାଖୋଲ ଆସୁଥିଲେ । ସେ ତାଙ୍କ ଅସୁସ୍ଥ ଜ୍ୱାଇଁଙ୍କୁ ଦେଖିବାକୁ ଆସୁଥିଲେ । ତେବେ ସୁଣ୍ଡିମୁଣ୍ଡା ଛକରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ବାଇକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଉଭୟ ମା’ ଓ ପୁଅଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଅଶୋକଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ପକ୍ଷରେ ଗୁରୁତର ବିଳାସୀନିଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଭର୍ତ୍ତି ହେବାର କିଛି ଘଣ୍ଟା ପରେ ତାଙ୍କର ବି ମୃତ୍ୟୁ ଘଟିଥିଲା । ଉଭୟ ମା’ପୁଅଙ୍କ ମୃତଦେହ ଧୁଢ଼ିଆପଢ଼ା ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ମହାନଦୀ କୂଳରେ ଗାଁ ଶ୍ମଶାନରେ ଉଭୟ ମା’ପୁଅଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ମା’ପୁଅ ଜୁଇ ଗାଁ ଶ୍ମଶାନରେ ଏକା ସାଙ୍ଗରେ ଜଳିଥିଲା ।





