ନୟାଗଡ଼,(ବାଘୁଆବାର୍ତ୍ତା): ଖଣ୍ତପଡା-ବାହାଡ଼ା ରାସ୍ତାର ପେଟ୍ରୋଲ ଟାଙ୍କି ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତିଙ୍କ ନାମ ପ୍ରସନ୍ନ କୁମାର ପ୍ରଧାନ (୪୦) ଓ ତାର ଘର ଫତେଗଡ଼ ଥାନା ଅଧିନ ବେତଖୋଲି ଗ୍ରାମରେ ବୋଲି ଜଣାପଡିଛି।ଗୁରୁତର ଆହତ ବ୍ୟକ୍ତିଙ୍କ ନାମ ପୂର୍ଣ୍ଣଚନ୍ଦ୍ର ନାୟକ (୩୫) ବୋଲି ଜଣାପଡିଛି। ପ୍ରସନ୍ନ ଓ ପୂର୍ଣ୍ଣଚନ୍ଦ୍ର ଉଭୟେ ବାଇକ ଯୋଗେ ଗ୍ରାମକୁ ଫେରୁଥିବା ବେଳେ ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି।ଆହତ ବ୍ୟକ୍ତିଙ୍କୁ ଆଶୁ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ଦୁର୍ଘଟଣାରେ ବାଇକଟି ଭାଙ୍ଗିରୁଜି ଯାଇଛି।





