ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ସକାଳୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଯେଉଁଥିରେ କି ୫ଜଣଙ୍କର ଜୀବନ ଚାଲିଯାଇଛି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ଶାହଜହାଁପୁର ଅଞ୍ଚଳରେ । ସୂଚନାନୁସାରେ, ଶାହାଜହାଁପୁର ରେଳ ଫାଟକ ଖୋଲା ଥିବା ବେଳେ ଏକ ଗାଡ଼ି ପାର ହେଉଥିବା ବେଳେ ଚଣ୍ଡିଗଡ଼ ଏକ୍ସପ୍ରେସ୍ ଧକ୍କା ଦେଇଥିଲା । ଉକ୍ତ ଏକ୍ସପ୍ରେସ ଟ୍ରେନଟି ମିରନପୁର କାଟ୍ରା ରେଳ ଷ୍ଟେସନ ପାଖରେ ପହଞ୍ôଚବାର ଥିଲା । ତାହା ପୂଭ୭ରୁ ଘଟିଗଲା ବଡ଼ ଦୁର୍ଘଟଣା । ଚାଲିଗଲା ୫ଜଣଙ୍କ ଜୀବନ । ଏ ଘଟଣା ଜଣାପଡିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରିବା ସହିତ ମୃତଙ୍କ ସଂପର୍କୀୟ ଲୋକଙ୍କୁ ୨ଲକ୍ଷ ଟଙ୍କା ଅନୁକମ୍ପା ମୁଳକ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ।





