ଓଡ଼ଗାଁ,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ସରକାରୀ ପଲ୍ଲୀଟେକ୍ନିକ ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଆଜି ରାତି ପ୍ରାୟ ୯ଘଟିକା ସମୟରେ ଭୁବନେଶ୍ୱର – ଭଞ୍ଜନଗର ୨୧ ନଂ ରାଜ୍ୟ ରାଜପଥ ସରକାରୀ ପଲ୍ଲୀଟେକନିକ,କଦଳିବନ୍ଧ ନିକଟରେ ଓଡ଼ଗାଁ ପଟୁ ଭୁବନେଶ୍ୱରକୁ ଯାଉଥିବା ଓଡ଼ି ୦୨ ଏ କ୍ୟୁ ୬୮୯୮ ନଂ ବିଶିଷ୍ଟ ବୋଲେରୋ ଗାଡି ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡିଥିଲା ।ଯାହା ଫଳରେ ଗାଡି ମଧ୍ୟରେ ବସିଥିବା ମା ଏବଂ ପୁଅ ସାମାନ୍ୟ ଗୁରୁତର ହୋଇଥିବା ଜଣାପଡିଛି ।ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ ।ସରକାରୀ ପଲ୍ଲୀଟେକନିକ ନିକଟରେ ଥିବା ହମ୍ପସ ଯୋଗୁଁ ସେଠାରେ ପୂର୍ବରୁ ବହୁବାର ଦୁର୍ଘଟଣା ହେଉଥିବା ସ୍ଥାନୀୟ ଗ୍ରାମବାସୀ ମତ ଦେଇଛନ୍ତି ।





