ନୟାଗଡ଼, (ବାଘୁଆବାର୍ତ୍ତା): ବର୍ତ୍ତମାନର ବଡ଼ ଖବର । ଡମ୍ଫର ଧକ୍କାରେ ଜଣେ ନାବାଳକର ଗୋଟିଏ ଗୋଡ଼ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଜାମୁସାହି ଛକ ଠାରେ ରାସ୍ତା ରୋକ୍ ହୋଇଥିବା ଜଣାପଡିଛି । ଏଭଳି ମର୍ମନ୍ତୁତ ଦୁର୍ଘଟଣା ଘଟିଛି ଫତେଗଡ଼ ଥାନା ଜାମ୍ମୁସାହି ଛକ ନିକଟରେ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଭାପୁର ଥାନା ଅନ୍ତର୍ଗତ ଜାମ୍ମୁସାହି ନିକଟରେ ଜଣେ ନାବାଳକକୁ ଏକ ଗୋଡି ବୋଝେଇ ଡମ୍ଫର ଧକ୍କା ଦେଇଛି । ଯାହାଫଳରେ ଉକ୍ତ ନାବାଳକର ଗୋଟିଏ ଗୋଡ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଉକ୍ତ ସ୍ଥାନରେ ଚାପା ଉତ୍ତେଜନା ଦେଖା ଦେବା ସହ ରାସ୍ତାରୋକ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଫତେଗଡ଼ ପୁଲିସ୍ ପହଞ୍ଚି ଡମ୍ଫରକୁ ଯବତ କରିଛି ।





