ଶେରଗଡ଼, (ବାଘୁଆବାର୍ତ୍ତା): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦିଗପହଣ୍ଡି ଆସିକା ମୁଖ୍ୟ ରାସ୍ତା ପଲ୍ଲୀ ପଦ୍ମନାଭପୁର ଛକ ନିକଟରେ ଘଟିଛି ଏକ ବଡ଼ ଦୁର୍ଘଟଣା। ଆଜି ସକାଳୁ ସକାଳୁ ବାଇକ ଯୋଗେ ଦୁଇ ଜଣ ଶେରଗଡ଼ ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା। ଯାହା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଏବଂ ପରିବାର ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ମୃତକ ପଲ୍ଲୀ ସାମନ୍ତରାୟପୁରର ମୋହନ ଗୋଡ଼ । ତାଙ୍କ ମୃତଦେହ ରାସ୍ତା ଉପରେ ପଡି ରହିଛି। ଟ୍ରକ ମାଲିକ ଆସିଲେ ରାସ୍ତା ରୋକ ହଟିବ ଜିଦରେ ଅଟଳ ମୃତକଙ୍କ ପରିବାର ।






