ଆନନ୍ଦପୁର, (ବାଘୁଆବାର୍ତ୍ତା): ଆନନ୍ଦପୁର ପୌରାଞ୍ଚଳ ଖପରାଖାଇ ଭିଆଇପି ରୋଡ୍ ଠାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ବାଇକ୍ ଆରୋହୀ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଘଷିପୁରା ଅଗ୍ନିଶମ ବିଭାଗ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଆରୋହୀ ଯାଜପୁର ଜିଲ୍ଲା ନଚ୍ଛିପୁରା ଗ୍ରାମର ରସାନନ୍ଦ ଜେନା । ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ । ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି । ଦ୍ରୁତଗତିରେ ଗାଡି ଚାଳନା ଦୁର୍ଘଟଣାର କାରଣ ହୋଇଥିବା ଜଣାପଡିଛି ।






