କଟକ, (ବାଘୁଆବାର୍ତ୍ତା): ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛ। କଟକ ଗଡ଼ଗଡ଼ିଆ ଘାଟ ନିକଟରେ ଏହି ଦୁର୍ଘଟଣା ଘଟଛି। ଜଣେ ସାଇକେଲ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଏଭଳି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜଣେ ସାଇକେଲ ଚାଳକଙ୍କୁ ଵଞ୍ଚାଇଵାକୁ ଯାଇ ବାଇକ ଚାଳକ ଜଣକ ସଡନ୍ ବ୍ରେକ ମାରିଵାରୁ ଭାରସାମ୍ୟ ହରାଇ ଗାଡିଟି ପଡିଯାଇଥିଲା। ଫଳରେ ରୋଡ଼ ଡିଭାଇଡ଼ରରେ ଵାଇକ୍ ଚାଳକଙ୍କ ମୁଣ୍ଡ ମାଡ଼ ହୋଇ ପ୍ରବଳ ରକ୍ତଶ୍ରାବ ହୋଇଥିଲା। ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୃ ଘଟିଥିଲା। ସେହିପରି ବାଇକର ପଛପଟେ ବସିଥିବା ସମ୍ପର୍କୀୟ ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଗୁରୁତରଙ୍କୁ ଏସ୍ ସି ଵିରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଳିଛି। ମୃତକ ଜଣକ ମାହାଙ୍ଗାର ଭାନୁ ଵେହେରା ବୋଲି ଜଣାପଡ଼ିଛି।






