ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସମ୍ପଡ଼ା ନିକଟରେ ଏକ ଅଟୋ ଏବଂ ବାଇକ ମୁହାଁମୁହିଁ ହେବା ଫଳରେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାଯାଇଛି । ବାଇକ ଚାଳକକୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ବେଳେ ଦୁର୍ଘଟଣା ଗସ୍ତ ଅଟୋକୁ ଜବତ କରାଯାଇଥିବା ନୂଆଗାଁ ଥାନା ଅଧିକାରୀ ରମେଶ ଦେବତା ସୂଚନା ଦେଇଛନ୍ତି ।






